csstore

ଆର୍‌ଟିଓ ଚେକିଂରେ ଧରାପଡିଲା ବରଯାତ୍ରୀ ବସ୍ : ୩ ଲକ୍ଷ ୭୦ ହଜାର ଟଙ୍କା ଜରିମାନା ଆଦାୟ

ସୁନ୍ଦରଗଡ଼ : ଝାଡ଼ଖଣ୍ଡର କୁର୍ଡେଗକୁ ବରଯାତ୍ରୀଙ୍କୁ ନେଇ ଘରୁକୁ ଫେରୁଥିବା ବେଳେ ଆର୍‌ଟିଓ ଚେକିଂରେ ବସ୍‌ ଧରାପଡିଥିବା ଖବୀ ମିଳିଛି । ଯାଞ୍ଚ ବେଳେ ବସ୍‌ର ଇନ୍‌ସୁରାନ୍ସ, ଫିଟ୍‌ନେସ୍‌, ପଲ୍ୟୁସନ୍‌ ଓ ଟ୍ୟାକ୍ସ ଭିଳି ଗୁରୁତ୍ବପୂର୍ଣ୍ଣ କିଛି ବି କାଗଜ ପତ୍ର ନଥିବା ଜଣାପଡିଥିଲା । ଏହାପରେ ସୁନ୍ଦରଗଡ ପରିବହନ ବିଭାଗ ଇନ୍ସପେକଟର (ଟ୍ରାଫିକ) ଜିତେନ୍ଦ୍ର କୁମାର ମୁର୍ମୁ ୩ ଲକ୍ଷ ୭୦ ହଜାର ଟଙ୍କାର ଫାଇନ୍ କାଟିଥିବା ଜଣାପଡିଛି । ସୂଚନା ମୁତାବିକ, ସୁନ୍ଦରଗଡ ପରିବହନ ବିଭାଗ ଇନ୍ସପେକଟର ( ଟ୍ରାଫିକ ) ଜିତେନ୍ଦ୍ର କୁମାର ମୁର୍ମୁ ତାଙ୍କ ଟିମ୍ ସହିତ ସଦର ଥାନା କରମଡିହି ନିକଟରେ ଯାଞ୍ଚ କରୁଥିବା ବେଳେ ଶୁକ୍ରବାର ରାତି ପ୍ରାୟ ୧୧ଟା ବେଳେ ଝାରଖଣ୍ଡ କୁର୍ଡେଗକୁ ବରଯାତ୍ରୀ ଯାଇ ବଣାଇ ଫେରୁଥିବା ବେଳେ କ୍ରୀଷ୍ଣାଜୀ ନାମକ ଯାତ୍ରୀବାହି ବସ (ଓଡି ୨୮ ଏ ୨୫୨୬)କୁ ଅଟକାଇଥିଲା ଆର୍‌ଟିଓ । ଯାଞ୍ଚ କଲା ବେଳକୁ ବସର ଇନ୍‌ସୁରାନ୍ସ, ଫିଟ୍‌ନେସ୍‌, ପଲ୍ୟୁସନ୍‌ ଓ ଟ୍ୟାକ୍ସ ଭଳି କିଛି ବି କାଗଜ ପତ୍ର ନଥିବା ବେଳେ ଗାଡ଼ିଟି ଅଫ୍‌-ରୋଡ଼ ନଥିବା ଜଣାପଡିଥିଲା । ଯାହା ପାଇଁ ୩ ଲକ୍ଷ ୭୦ ହଜାର ୬୭୨ ଟଙ୍କା ଫାଇନ କରିବା ସହ ଗାଡ଼ିଟି ଜବତ କରାଯାଇଛି ।

jayashree
Leave A Reply

Your email address will not be published.