pakka

ପାଣିରେ ବୁଡ଼ି ଜଣେ ନାବାଳକ ମୃତ

bbehera

ପାଟଣାଗଡ଼ : ପାଟଣାଗଡ଼ ଥାନା ବନେଇମୁଣ୍ଡା ପଞ୍ଚାୟତ ଦଲଦଲି ଗାଁରେ ପୋଖରୀ ପାଣିରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ମୃତ ନାବାଳକ ଜଣକ ହେଲେ ଉକ୍ତ ଗାଁର ସୁରେନ୍ଦ୍ର ଷାଣ୍ଡଙ୍କ ଏକମାତ୍ର ପୁଅ କରମ । ସକାଳେ ସୁରେନ୍ଦ୍ରଙ୍କ ସ୍ତ୍ରୀ ତାଙ୍କ ପୁଅ ଓ ଭାଇଙ୍କ ଝିଅକୁ ନେଇ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୁଆ ତୁଠରେ ସେ ଉଭୟଙ୍କୁ ଛାଡିଦେଇ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ ଦୁଇଜଣ ନାବାଳକ ପୋଖରୀ ଭିତରକୁ ପଶି ଗାଧୋଉଥିଲେ । ନାବାଳକଙ୍କ ମା’ ଶୌଚସାରି ଫେରିଲା ବେଳକୁ ତାଙ୍କ ପୁଅ ପାଣିରେ ବୁଡି ଛଟପଟ ହେଉଥିଲା । ତୁରନ୍ତ ପୁଅକୁ ପାଣିଭିତରୁ ବାହାର କରି ପରିବାର ବର୍ଗଙ୍କ ସହାୟତାରେ ପାଟଣାଗଡ ଡାକ୍ତରଖାନାକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପାଟଣାଗଡ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।

Leave A Reply

Your email address will not be published.

four × 1 =