pakka

ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହାଣି ସ୍ୱାମୀ ଫେରାର୍

bbehera

ବୌଦ୍ଧ : ସ୍ତ୍ରୀକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ଫିସ୍ ଫିସ୍ କରି ହାଣି ସ୍ୱାମୀ ଫେରାର୍‌ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଟାଉନ୍ ଥାନା ଅନ୍ତର୍ଗତ ବୃନ୍ଦାବନ ଗାଁ ଟିକିରା ସାହିରେ । ମୃତ ମହିଳା ଜଣଙ୍କ ହେଲେ ଆମ୍ବବୃତି ନାଗ ଏବଂ ଅଭିଯୁକ୍ତ ସ୍ୱାମୀ ହେଲା ସନାତନ ନାଗ । ଖବର ଅନୁଯାୟୀ ମଙ୍ଗଳବାର ରାତିରେ ବୌଦ୍ଧ ଟାଉନ ଥାନା ଅଧୀନରେ ଥିବା ବୃନ୍ଦାବନ ଗ୍ରାମରେ ଏହି ଭୟଙ୍କର ଘଟଣା ଘଟିଯାଇଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ ନିୟମିତ ଭାବେ ମଦ୍ୟପାନ କରି ପତ୍ନୀ ସହ ଝଗଡ଼ା କରିବା ସହ ବାରମ୍ବାର ମାଡ ମାରୁଥିଲା । ମଙ୍ଗଳବାର ରାତିରେ ଅଭିଯୁକ୍ତ ଜଣକ ନିଜ ଘରକୁ ଫେରି ପତ୍ନୀଙ୍କ ସହ ଝଗଡ଼ା କରିଥିଲା । ଉଭୟ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ସନାତନ ଧାରୁଆ ଅସ୍ତ୍ର ଆଣି ନିଜ ସ୍ତ୍ରୀକୁ ହାଣି ୨୦ରୁ ୩୦ ପିସ୍‌ କରିଦେଇଥିଲା । ପରେ ସନାତନ ଫେରାର ହୋଇଯାଇଥିଲା । ସକାଳେ ଘର ଆଗରେ ରକ୍ତ ପଡ଼ିଥିବାର ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି କବାଟ ଭାଙ୍ଗି ମୃତଦେହକୁ ଉଦ୍ଧାର କରିଥିଲେ । ଏହାସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ଫେରାର ଅଭିଯୁକ୍ତଙ୍କୁ ପୋଲିସ ଖୋଜିବା ସହ ତଦନ୍ତ ଜାରି ରଖିଛି ।

jay balangir
Leave A Reply

Your email address will not be published.

two × 4 =

error: Content is protected !!