pakka

ଆଗଲପୁର ବ୍ଲକ୍‌ରେ ବିଜେଡି ପ୍ରାର୍ଥି ନିହାର ରଂଜନ ବେହେରାଙ୍କ ଜନସଂପର୍କ ଯାତ୍ରା ଆରମ୍ଭ

bbehera

ଆଗଲପୁର, (ସୁଶିଳ କୁମାର ମିଶ୍ର) ଲୋଇସିଂହା ବିଜେଡି ବିଧାୟକ ପ୍ରାର୍ଥି ନିହାର ରଂଜନ ବେହେରାଙ୍କ ଆଗଲପୁର ବ୍ଲକ୍‌ ଆଗଲପୁର ଅଂଚଳରେ ଜନସଂପର୍କ ଯାତ୍ରା ଆରମ୍ଭ ହୋଇଯାଇଛି । ଶ୍ରୀ ବେହେରା ଭରସୂଜା ଗ୍ରାମରେ ପହଞ୍ଚିବା ପରେ ପ୍ରଥମେ ମାଁ ଛେଲିଆପାଟ ମନ୍ଦିରରେ ପୂଜାର୍ଚନା କରି ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ଆଗଲପୁର ଜଗନ୍ନାଥ ମନ୍ଦିର ପହଞ୍ଚି ଥିଲେ । ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସାରି ଗ୍ରାମ ପରିକ୍ରମା କରି ସ୍ଥାନୀୟ ସାପ୍ତାହିକୀ ବଜାରରେ ବ୍ଲକ୍‌ ବିଜେଡି ସଭାପତି ପଂଚୁ ପଧାନଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ ହୋଇଥିଲା । ସଭାରେ ବ୍ଲକ୍‌ ଉପାଧ୍ୟକ୍ଷା ନିରୁପମା ପଧାନ, ଜିଲ୍ଲା ପରିଷଦ ଜୋନ ୨ର ସଭ୍ୟା ବିଣାପାଣୀ ଦାଶ, ରାଜ୍ୟସଭା ସାଂସଦ ପ୍ରତିନିଧି ଜୟନ୍ତ ବେହେରା, ଗୋବର୍ଦ୍ଧନ ସାହୁ, ବ୍ଲକ୍‌ ଯୁବ ବିଜେଡି ସଭାପତି ନାରାୟଣ ସାହୁ, ରାମଚନ୍ଦ୍ର ମେହେର, ପ୍ରମୋଦ ମିଶ୍ର ପ୍ରମୁଖ ସହ ସହ ବିଜେଡି କର୍ମିମାନେ ଯୋଗଦେଇଥିଲେ । ପଂଚାୟତର ଦଳୀୟ ସରପଂଚ, ସମିତି ସଭ୍ୟ ତଥା କର୍ମିିମାନଙ୍କୁ ରାଜ୍ୟ ସରକାରଙ୍କ ଲୋକାଭିମୁଖି କାର୍ଯ୍ୟ ସଂପର୍କରେ ପ୍ରଚାର ପ୍ରସାର କରିବା ପାଇଁ ଆହ୍ୱାନ ଦିଆଯାଇ ଥିଲା । ଉକ୍ତ ସଭାରେ ଉପସ୍ଥିତ ସମସ୍ତ କର୍ମିମାନେ ନିହାର ରଂଜନ ବେହେରାଙ୍କୁ ଆଗାମୀ ନିର୍ବାଚନରେ ବହୁ ସଂଖ୍ୟକ ଭୋଟ ଦେଇ ବଜୟୀକରିବା ପାଇଁ ମତ ପ୍ରକାଶ କରି ଥିଲେ । ଶ୍ରୀ ବେହେରା ନିଜ ବକ୍ତ୍ୟବ୍ୟରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କୁ ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥି ରୂପେ ଚୟନ କରିଥିବାରୁ କ୍ରୁତଜ୍ଞତା ଜ୍ଞାପନ କରିଥିଲେ । ଉପସ୍ଥିତ ସମସ୍ତ କର୍ମି ତଥା ଜନସାଧାରଣଙ୍କୁ ସମସ୍ତଙ୍କ ସହଯୋଗ ହେଲେ ଦଳ ଆଗକୁ ବଢିବା ସହ ବିଜୟ ଲାଭ କରିବା ସହଜ ସାପେକ୍ଷ ହେବ ବୋଲି ପ୍ରକାଶ କରିଥିଲେ ।

jay balangir
Leave A Reply

Your email address will not be published.

19 + 9 =