pakka

ଟ୍ରକ୍ ଧକ୍କାରେ ଯୁବକ ମୃତ

bbehera

କେନ୍ଦୁଝର : କେନ୍ଦୁଝର ସଦର ଥାନା ବାଂଶପାଳ ବ୍ଲକ୍‌ ଅଧୀନ ଏକ ଘରୋଇ ପ୍ଲାଣ୍ଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଯାଇଛି । ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ମୃତ ଜଣକ ହେଲେ ସନ୍ତୋଷ ଦେହୁରୀ ସେ ସ୍ଥାନୀୟ ବିନିନ୍ଦା ଗ୍ରାମର ବୋଲି ସୂଚନା ମିଳିଛି । ଦୁର୍ଘଟଣା ପରେ ଫେରାର ଅଛି ଡ୍ରାଇଭର । ଖବର ମୁତାବକ, ଗତକାଲି ବିଳମ୍ବିତ ରାତିରେ ଦ୍ରୁତ ଗତିରେ ଆସୁଥିବା ଏକ ଚଉଦ ଚକିଆ ଟ୍ରକ୍ ରାୟଗୋଡା ପଞ୍ଚାୟତ ସ୍ଥିତ ଏକ ଘରୋଇ ପ୍ଲାଣ୍ଟ ନିକଟରେ ସନ୍ତୋଷଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଟ୍ରକ୍‌ଟିରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଟ୍ରକଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ଉତ୍ତେଜନା କମିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

jay balangir
Leave A Reply

Your email address will not be published.

9 − 7 =

error: Content is protected !!