pakka

ମତଦାତାଙ୍କ ପ୍ରତି ସ୍ଵତନ୍ତ୍ର ଯତ୍ନବାନ ହେଲେ ମତଦାନ ପରିମାଣ ବୃଦ୍ଧି ହେବ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ସାଧାରଣ ନିର୍ବାଚନରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗୀ ମତଦାତାମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରି ପାରିବେ ସେନେଇ ବଲାଙ୍ଗିର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ଶିବିରରେ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା, ଦିବ୍ୟାଙ୍ଗ ସଂଘ ଓ ତୃତୀୟଲିଙ୍ଗୀ ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇ ବ୍ୟବସ୍ଥିତ ଭୋଟରଙ୍କ ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ କାର୍ଯ୍ୟକ୍ରମ(ସ୍ପିଭିପ)ବିଷୟରେ ଜାଣିଥିଲେ । ବୈଠକରେ ମୁଖ୍ୟତଃ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମତଦାତାମାନଙ୍କୁ ମତଦାନ କେନ୍ଦ୍ରକୁ ନେବା ଆଣିବା ସାଙ୍ଗକୁ ଏହି ମତଦାତାମାନଙ୍କୁ ପ୍ରାଥମିକତା ଭିତ୍ତିରେ ମତଦାନ କରିବା ସୁଯୋଗ ଦିଆଯିବା ଉପରେ ଗୁରୁତ୍ଵ ଦିଆଯାଇଥିଲା । ହୋମ ଭୋଟିଂ, ପୋଷ୍ଟାଲ ବାଲାଟ, ସ୍ଵତନ୍ତ୍ର ଗାଡି ଦ୍ଵାରା ମତଦାନ କେନ୍ଦ୍ରକୁ ଯିବା, ରାମ୍ପ ବ୍ୟବସ୍ତା ସହ ହୁଇଲଚେୟାର ଆଦି ଉପଲବ୍ଧ କରାଯିବାକୁ ନେଇ ସେମାନଙ୍କୁ ଜଣାଯାଇଥିଲା । ନିୟୋଜିତ ବିଏଲଓମାନେ ଘରକୁ ଘର ଯାଇ ଏହି ସମସ୍ତ ଭୋଟରମାନଙ୍କ ତଥ୍ୟ ସଂଗ୍ରହ କରିବା ସହ ରିଟର୍ନିଗ ଅଧିକାରୀଙ୍କ ନିକଟରେ ଏହାକୁ ଦାଖଲ କରିବେ । ଦୃଷ୍ଟି ବାଧିତ ଭୋଟରମାନେ ନିଜସହ ଜଣକୁ ଭୋଟ ଦେବାକୁ କେନ୍ଦ୍ରକୁ ନେଇପାରିବେ । ଏହା ସହ ଇଭିଏମ୍‌ରେ ବ୍ରେଲି ସଲଘ୍ନ ସୁବିଧା ଯୋଗୁଁ ସେମାନଙ୍କୁ ଭୋଟ ଦେବାକୁ ସୁବିଧା ହେବ ବୋଲି ସୂଚନା ଦିଆଯାଇଥିଲା । ସମସ୍ତ ମତଦାନ କେନ୍ଦ୍ରରେ ଓଆରଏସ୍‌, ପାଣି, ସେଡ, ଶୌଚାଳୟ ସୁବିଧା ଆଦି ଯୋଗାଇ ଦିଆଯିବ । ଏହା ଫଳରେ କେହି ଯେମିତି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେ ଦିଗରେ ପ୍ରଶାସନ ଧ୍ୟାନ ଦେବ ବୋଲି ସମବେତ ଭୋଟରଙ୍କୁ ସୂଚନା ଦେଇଥିଲେ ଶ୍ରୀ ମହାପାତ୍ର । ସେହିପରି ସମସ୍ତ ମତଦାନ କେନ୍ଦ୍ରର ପ୍ରିଜାଇଡିଙ୍ଗ ଅଧିକାରୀ ମେଡିକାଲ କିଟ୍‌ ସହ ପାରାମେଡିକାଲ୍‌ତ୍ତ ଷ୍ଟାଫ ମଧ୍ୟ ଉପସ୍ଥିତ ରହିବେ । ପୋଷ୍ଟାଲ୍‌ ବାଲାଟ ଭୋଟିଂ, ଆପ ବ୍ୟବହାର ଦ୍ୱାରା ଭୋଟ ପ୍ରକ୍ରିୟା ସରଳୀକରଣ ହେବା ଦ୍ଵାରା ମତଦାନ ଲୋକାଭିମୁଖୀ ହେବ ବୋଲି ସୂଚନା ଦେଇଥିଲେ । ମତଦାତାଙ୍କ ପ୍ରତି ସ୍ଵତନ୍ତ୍ର ଯତ୍ନବାନ ହେଲେ ମତଦାନ ପରିମାଣ ବୃଦ୍ଧି ହେବା ସହ ଏକ ରାଷ୍ଟ୍ର ଗଠନରେ ସମସ୍ତଙ୍କ ଭୂମିକା ରହିବା ବୋଲି ସେ କହିଥିଲେ । ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ତରଣୀ ସୁନା, ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସରୋଜ କୁମାର ସାହୁ, ଆସିଷ୍ଟାନ୍ଟ କଲେକ୍ଟର ସୋନିଆଶ୍ରୀ ମଲ୍ଲିକ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

ten − seven =

error: Content is protected !!