pakka

କାମ ନଦେବାରୁ ବାଇକ୍‌ ଚୋରେଇ ନେଲେ ଯୁବକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୋକାନରେ କାମ କରିବାକୁ ମନା କରିଦେବାରୁ ମାଲିକଙ୍କ ବାଇକ୍‌ ଚୋରି ନେଇଛନ୍ତି ଜଣେ ଯୁବକ । ଏଭଳି ଏକ ଅଭିଯୋଗ ଆଜି ବଲାଙ୍ଗିର ଟାଉନ ଥାନାରେ ପହଂଚିଛି । ବଲାଙ୍ଗିର ସହର କଂସାରୀପଡା ନିବାସୀ ଏମ୍‌.ଡି.ମନୁଙ୍କ ଏକ କୁଲର୍‌ ଦୋକାନ ରହିଥିବା ବେଳେ ଗତ ୩୧ ତାରିଖ ଦିନ ବରଗଡ଼ ଟାଉନ୍‌ ନିବାସୀ ମହମ୍ମଦ ଅବ୍‌ଜଲ୍‌ ହୁସେନ ନାମକ ଜଣେ ଯୁବକ ଦୋକାନରେ କାମ କରିବାକୁ ଆସିଥିଲେ । ତେବେ କାମ ଦେବାକୁ ଦୋକାନ ମାଲିକ ମନା କରିବା ପରେ ଗତ ୧ ତାରିଖ ଦିନ ଏମ୍‌.ଡି.ମନୁଙ୍କ ବାଇକ୍ ନେଇ ମହମ୍ମଦ ଅବ୍‌ଜଲ୍‌ ହୁସେନ ଫେରାର୍‌ ହୋଇଯାଇଥିବା ଅଭିଯୋଗ ହୋଇଛି । ତେବେ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଏମ୍‌.ଡି.ମନୁ ଟାଉନ୍‌ ଥାନାରେ ଅନୁରୋଧ କରିଛନ୍ତି ।

jay balangir
Leave A Reply

Your email address will not be published.

17 + 14 =

error: Content is protected !!