pakka

ଦି ହ୍ୟୁମାନିଟି ଫାଉଣ୍ଡେସନର ଶ୍ରଦ୍ଧା ଆଶ୍ରମରେ ଉତ୍କଳ ଦିବସ ପାଳନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଦି ହ୍ୟୁମାନିଟି ଫାଉଣ୍ଡେସନର ଉତ୍କଳ ଦିବସ ସେକ୍ଟର ୧୬ ଶ୍ରଦ୍ଧା ଅନୁଷ୍ଠାନରେ ପାଳିତ ହୋଇଯାଇଛି । ଫାଉଣ୍ଡସନର ପ୍ରତିଷ୍ଠାତା ଦୀପ୍ତି ସୁନ୍ଦରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଦସ୍ୟ ଲିନା ବିଶ୍ଵାଳ, ଲିନା ତ୍ରିପାଠୀ, ବିଜୟ ସୁନ୍ଦରାୟ, ନମିତା ନାୟକ, ରଶ୍ମିତା ମଲ୍ଲିକ, ସ୍ନିଗ୍ଧା ପୁହାଣ, ରଶ୍ମିତା ବିଶୋଇ, କାମିନୀ ମହନ୍ତ, ଗୀତାଞ୍ଜଳି ଆଚାର୍ଯ୍ୟ, ଶାଶ୍ୱତୀ ରାୟ, ବିଭୁ ପଟ୍ଟନାୟକ ଓ ଜିତେନ୍ ମହାନ୍ତି ପ୍ରମୂଖ ଉପସ୍ଥିତ ରହି ସାହାଯ୍ୟର ହାତ ବଢାଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅଜୟ ପଢିହାରି, ଓପି ସିଂହ, ଡା. ଲଲାତେନ୍ଦୁ ଆଚାର୍ଯ୍ୟ, କାର୍ତ୍ତିକ ପାଣ୍ଡବ, ସୁନୀତା ଦେବୀ ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ ସ୍ୱର୍ଗତ ଦିଲୀପ ମହାରଣାଙ୍କ ସ୍ମୃତି ଉଦ୍ଦେଶ୍ୟରେ ୧ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ବିଶ୍ୱଜିତା ମହାପାତ୍ର, ପ୍ରମୋଦ ଜଗଦେବ, ଇନ୍ଦ୍ରବଳି ମିସ୍ତ୍ରୀ, ସୁବାସ ଗୁପ୍ତା ଓ ବସନ୍ତ ଜେନାଙ୍କ ସମେତ ସମସ୍ତ ସଦସ୍ୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଏହି ଅବସରରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ମଧ୍ୟରେ ଦାୟିତ୍ଵ ବଣ୍ଟନ କରାଯାଇଥିଲା । ଶ୍ରଦ୍ଧା ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

fifteen − 1 =

error: Content is protected !!