pakka

ଜିଏସ୍‌ଏଚ୍‌ଇଆର ଆଣିଛି ସ୍ୱୟଂ ସେବା କେନ୍ଦ୍ର

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଗରୁ ଭଲ ହେବା ପାଇଁ ମଣିଷ ବିଭିନ୍ନ ଔଷଧ ଉପରେ ନିର୍ଭର କରୁଛି । ଶରୀର ସୁସ୍ଥ ରହିଲେ ସବୁ କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ । ତେବେ ଜୀବନକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ରାଉରକେଲାର ଜଣାଶୁଣା ପ୍ରତିଷ୍ଠିତ ଡାକ୍ତର ବିଶ୍ୱଜିତ ମହାପାତ୍ର ଏକ ଟ୍ରଷ୍ଟ ଗଠନ କରିଛନ୍ତି । ଗ୍ଲୋବାଲ ସେଲ୍ଫ ହେଲଥ୍‌କେୟାର୍‌ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ଜିଏସ୍‌ଏଚ୍‌ଇଆର୍‌) ତଥା ସ୍ୱାସ୍ଥ୍ୟ ପାଇଁ ସ୍ୱୟଂ ସ୍ୱାସ୍ଥ୍ୟ ସେବା ଶିକ୍ଷାକେନ୍ଦ୍ର ନାମକ ଟ୍ରଷ୍ଟ ଛେଣ୍ଡ କଳିଙ୍ଗବିହାର ସ୍ଥିତ କୋଅପ୍‌ରେଟିଭ୍‌ କଲୋନୀଠାରେ କରିଛନ୍ତି । ଟ୍ରଷ୍ଟ ସମ୍ପର୍କରେ ଡ. ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଲେ ଯେ ସ୍ୱାସ୍ଥ୍ୟ ହିଁ ସମ୍ପଦ । ସୁସ୍ଥ ଶରୀର ହିଁ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରହିଥାଏ । କିନ୍ତୁ ବର୍ତ୍ତମାନ ଜୀବନ ବ୍ୟସ୍ତବହୁଳ ହୋଇଯାଇଛି । ଲୋକେ ନିଜ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ସମୟ ମିଳୁନାହିଁ । ଫଳରେ ନାନାଦି ରୋଗର ଶିକାର ହେଉଛନ୍ତି । ତେଣୁ ନିଜ ସ୍ୱାସ୍ଥ୍ୟ ଓ ଶରୀର ଯତ୍ନ ରଖିବା ପାଇଁ ନିଜେ ହିଁ ସମୟ ବାହାର କରିବାକୁ ପଡ଼ିବ । ଏଥିପାଇଁ କୌଣସି ଔଷଧର ଆବଶ୍ୟକ ନାହିଁ । କେବଳ ନିଜର ମୂଲ୍ୟବାନ ସମୟକୁ ଉପଯୋଗ କରି କିଛି ଯୋଗ, ଥେରାପି, ମେଡିଟେସ୍‌ନ୍‌ କରିବା ଭଳି ବିଭିନ୍ନ ସେବା ରହିଛି । ଏହି ଟ୍ରଷ୍ଟରେ ଜୀବ ବିଜ୍ଞାନ ଉପରେ ଆଧାର କରି ଲୋକ ତଥା ରୋଗୀଙ୍କୁ ସେମାନଙ୍କ ଶରୀର ଓ ମନ ବିଷୟରେ ଶିକ୍ଷିତ କରି ସ୍ୱାସ୍ଥ୍ୟ ସେବାର ଧାରଣାକୁ ସ୍ୱଯତ୍ନରେ ପରିବର୍ତ୍ତନ କରିବା ଏବଂ ସେମାନଙ୍କୁ ବିନା ପ୍ରେସ୍‌କ୍ରିପ୍‌ସନ୍‌ରେ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବାର ଉପାୟ ବୁଝାଯାଉଛି । ଏହାସହ ଏହି କେନ୍ଦ୍ରରେ ପ୍ରୋଟିନ ଯୁକ୍ତ ଖାଦ୍ୟ ଷ୍ଟଲ, ଯୋଗ ଓ ମେଡିଟେସନ ପାଇଁ ଏକ କୋଠରୀ, ବିଭିନ୍ନ ପ୍ରକାରର ବହି ପଢ଼ିବା ପାଇଁଁ ଏକ କୋଠରୀ, ସଭା ମଣ୍ଡଳୀ ପାଇଁ କୋଠରୀ ଆଦି ରହିଛି । ଏଠାରେ ନିଜ କିପରି ସ୍ୱଯତ୍ନ ନେଇପାରିବେ ତାହା ଏଠାରେ ଶିକ୍ଷା ଦିଆଯିବ । ଏହା ଲୋକେ ଜାଣିପାରିଲେ ନିଜ ପରିବାର ସଦସ୍ୟ ତଥା ଅନ୍ୟମାନଙ୍କୁ ବୁଝାଇ ପାରିବେ । ଏଥିପାଇଁ ଏକ ଛୋଟ କୋର୍ସ ରଖାଯାଇଛି । ଏହି କୋର୍ସ ଦ୍ୱାରା ସୁସ୍ଥ ଜୀବନର ଶୈଳୀ ବୁଝାଇ ଦିଆଯିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ସନ୍ତୋଷ କୁମାର ମହାପାତ୍ର, ଡାକ୍ତର ନରେଶ ପଣ୍ଡା, ଡାକ୍ତର ଅରୁଣା ମହାପାତ୍ର, ଡାକ୍ତର ବି କେ କକ୍କଡ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

4 × two =

error: Content is protected !!