pakka

ଏକତ୍ର ଓ ଓଡ଼ିଶା ନାଟ୍ୟ ସଂଘର ଆଲୋଚନାଚକ୍ର : ନାଟକ ବାସ୍ତବଧର୍ମୀ ହେଲେ ତାହା ସମାଜର ସେତୁ ପାଲଟିଯାଇଥାଏ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ନାଟକ ବାସ୍ତବଧର୍ମୀ ହେଲେ ତାହା ସମାଜର ସେତୁ ପାଲଟିଯାଇଥାଏ । ନାଟକରେ ଆତ୍ମବୋଧ ରହିଲେ ନାଟକ ଗ୍ରହଣୀୟ ହୋଇଥାଏ ବୋଲି ଏକତ୍ର ଓ ଓଡ଼ିଶା ନାଟ୍ୟ ସଂଘର ଆଲୋଚନାଚକ୍ରରେ ଅତିଥିମାନେ ମତ ପ୍ରକାଶ କରିଥିଲେ । ବିଶ୍ୱ ନାଟକ ଦିବସ ପରୀପ୍ରେକ୍ଷୀରେ ଓଡ଼ିଶା ନାଟ୍ୟ ସଂଘ, ଭୁବନେଶ୍ୱର ଓ ସହରର ୨୫ଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ଏକତ୍ର, ରାଉରକେଲା ଦ୍ଵାରା ଆୟୋଜିତ ‘ନାଟକ ଆମ ସମ୍ପର୍କର ସେତୁ’ ଶୀର୍ଷକ ଆଲୋଚନା ଚକ୍ର ଓ ସ୍ମରଣିକା ଉନ୍ମୋଚନ ଉତ୍ସବ ଛେଣ୍ଡ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାରର ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏକତ୍ରର ସଭାପତି କବି ରାଜୀବ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଲଲାଟେନ୍ଦୁ ରଥ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଧ୍ୟାପକ ଗିରିଜା ଶଙ୍କର ଗୋସ୍ୱାମୀ, ଡାଲମିଆ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ହୀରନ ଲୁଗୁନ ଏବଂ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଚିନ୍ମୟ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଗଣ ଏକତ୍ରର ସ୍ମରଣିକାକୁ ଉନ୍ମୋଚନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ରଥ ଏକ ଭିନ୍ନ ଶୈଳୀରେ ଆଲୋଚନା କରିବାକୁ ଯାଇ ସମବେତ ଦର୍ଶକଙ୍କ ମଧ୍ୟରୁ ସର୍ବଶ୍ରୀ ଡ. ସୁମନ ଦତ୍ତ, ଡ଼ା. କୃପାସିନ୍ଧୁ ନାୟକ, ଡ଼ା. ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ବିଲୋଚନ ପାତ୍ର, ସୁଦେଶ ନାୟକ, ଶରତ ଦାସ, ଅଜୟ ମହାନ୍ତି, ଡ. ସୁଶାନ୍ତ ପାଣି, ଗୌତମ ଦାସ, ସଞ୍ଜୀବ ଭୋଇ, କାଶୀନାଥ ନନ୍ଦୀ, ରମେଶ ମହାନ୍ତିଙ୍କ ପ୍ରଶ୍ନ ଓ ଅଭିମତକୁ ଭିତ୍ତିକରି ନାଟକରେ ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀଙ୍କ ସମ୍ପର୍କ କିପରି ହେବ, ନାଟକ କାହାଣୀର ବିଷୟବସ୍ତୁ, ଉପସ୍ଥାପନା ଶୈଳୀ, ସଂଳାପ ଉଚ୍ଚାରଣ, ସର୍ବୋପରି ନାଟକ, ସମାଜ ଓ ଦର୍ଶକଙ୍କ ସମ୍ପର୍କ ଏକ ଦ୍ୱିପାକ୍ଷିକ ବିଷୟ ବୋଲି କହିବା ସହ ମତଭେଦ ଦେଖାଦେଲେ ସଂଗଠନ ଦୁର୍ବଳ ହୋଇଥାଏ । ଏହାକୁ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ସର୍ବଦା ବାଞ୍ଛନୀୟ ବୋଲି ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀ ଗୋସ୍ୱାମୀ ତାଙ୍କ ବକ୍ତବ୍ୟରେ ଦେଶ ଓ ଜାତିର ଇତିହାସ କଥା ନାଟକରୁ ମିଳିଥାଏ ଏବଂ ନାଟକ ବାସ୍ତବଧର୍ମୀ ହେଲେ ତାହା ସମାଜର ସେତୁ ପାଲଟିଯାଇଥାଏ ବୋଲି ମତ ରଖିଥିଲେ । ଅଧ୍ୟକ୍ଷା ଡ଼. ଲୁଗୁନ ନାଟକର ଉତ୍ପତ୍ତି, କ୍ରମବିକାଶ ଓ ବର୍ତ୍ତମାନ ସ୍ଥିତିର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିବା ସହ ନାଟକ ହୃଦୟକୁ ଛୁଇଁ ପାରିଲେ ସମ୍ପର୍କର ସେତୁ ସୃଷ୍ଟି ହୋଇଥାଏ ବୋଲି ମତ ରଖିଥିଲେ । ଅଧ୍ୟାପକ ଶ୍ରୀ ତ୍ରିପାଠୀ ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରି କହିଲେ ଯେ ନାଟକ ମାଧ୍ୟମରେ ଇଶ୍ଵର ପ୍ରାପ୍ତ କରିବା ସର୍ବଶ୍ରେଷ୍ଠ ସମ୍ପର୍କର ସେତୁ ବୋଲି କହିଥିଲେ । ଆରମ୍ଭରେ କାର୍ଯ୍ୟକାରୀ ସଭାପତି ଆଲୋକ ବୋଷ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସଭାପତି ଶ୍ରୀ ପାଣି ସଭାପତିତ୍ୱ ଅଭିଭାଷଣରେ ଏକତ୍ର ପକ୍ଷରୁ ବିଭିନ୍ନ ସମୟରେ ନିଆଯାଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ସମ୍ପର୍କର ସେତୁ କିପରି ମାନସିକତା, ପରିବେଶ ଓ ପରିସ୍ଥିତି ଉପରେ ନିର୍ଭର କରିଥାଏ, ସେ ସମ୍ପର୍କରେ ଆଲୋଚନା କରିଥିଲେ । ଡ. ସୁଶାନ୍ତ ପାଣି ଓ ମନବୋଧ ମିଶ୍ର ସ୍ୱାଗତ ସଂଗୀତ ପରିବେଷଣ କରିଥିଲା ବେଳେ ସମ୍ପାଦକ ସୁରେଶ ମଞ୍ଚାସୀନ ଓ ଉପସଭାପତି ରମେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସ୍ମରଣୀକାର ସମ୍ପାଦକ ବିଲୋଚନ ପାତ୍ର ସ୍ମରଣିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସରୋଜ ଶଙ୍ଖୁଆ, ବବି ମହାଳିକ, ପ୍ରଜ୍ଞାନନ୍ଦ ମହାନ୍ତି, ଅକ୍ଷୟ ଧଳ ପ୍ରମୁଖ ସହଯୋଗ କରିଥିବା ବେଳେ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ମହେନ୍ଦ୍ର କୁମାର ପଟ୍ଟନାୟକ, ଅଭୟ କୁମାର ଦାସ, ଶର୍ମିଷ୍ଠା କବିଶତପଥୀ, ଶଙ୍କର ପ୍ରସାଦ ତ୍ରିପାଠୀ, ହରିହର ଶତପଥୀ, ନୃସିଂହ ଚରଣ ବିଶ୍ୱାଳ, ପାରେଶ୍ୱର ବିଶ୍ୱାଳ, କିଶୋରୀ ମୋହନ କର, ପଶୁପତିନାଥ ଚାଟାର୍ଜୀ, ଅକ୍ଷୟ ସାମଲ, ସୁକାନ୍ତ ମହାପାତ୍ର, ନିର୍ମଳ କୁମାର ଆଚାର୍ଯ୍ୟ, ପ୍ରକାଶ ସାହାଣୀ, କୁଞ୍ଜନ ବୋଷ, ପ୍ରବୀର ମିଶ୍ର, ରାଧାମୋହନ ନାୟକ, ରମାକାନ୍ତ ମହାରଣା, କୈଳାସ ପାଣିଗ୍ରାହୀ, ପ୍ରଦୀପ ପଣ୍ଡା, ପ୍ରଦୀପ ନାୟକ, ଅଶୋକ ବଳ, ରାଜକୁମାର ମହାନ୍ତି, ନଳିନୀ ପଟ୍ଟନାୟକ, ପଲ୍ଲବ ଚାଟାର୍ଜୀ, ଅଶୋକ ପଟ୍ଟନାୟକ, ଗଙ୍ଗାଧର ଜେନା, ଲକ୍ଷ୍ମଣ ଦାସ, ନବଘନ ସାହୁ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

15 + two =

error: Content is protected !!