pakka

ବିଜେଡି ଗଠନର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରକ୍ତଦାନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ଆନନ୍ଦ ମଣ୍ଡପଠାରେ ଆଜି ବିଜୁ ଜନତା ଦଳ ବରଗଡ଼ ଜିଲ୍ଲା ମହିଳା ଶାଖ ପକ୍ଷରୁ ରକ୍ତଦାନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମହିଳା ଶାଖାର ଅନ୍ୟତମ ସଦସ୍ୟା ତଥା ରାଜ୍ୟ ସରକାରଙ୍କ ବୟନ ଓ ହସ୍ତତନ୍ତ, ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଜିଲ୍ଲା ସଭିନେତ୍ରୀ ନୀଳକୁମାରୀ ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତାବିରା ବିଧାୟିକା ତଥା ରାଜ୍ୟ ମହିଳା ବିଜୁ ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ଜିଲ୍ଲା ପରିଷଦର ସଭାନେତ୍ରୀ ମାନୀନି ଭୋଇ, ବରଗଡ଼ ପୌର ପରିଷଦର ଅଧ୍ୟକ୍ଷା କଳ୍ପନା ମାଝୀ, ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ଗୌର ମିଶ୍ର, ଯୁବ ବିଜୁ ଜନତା ଦଳର ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ଜିଲ୍ଲା ଛାତ୍ର ଜନତା ଦଳର ସଭାପତି କରନ ସିକନ୍ଦର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଆୟୋଜିତ ରକ୍ତଦାନ ଶିବିରରେ ମହିଳା ସଦସ୍ୟମାନେ ୫୨ ୟୁନିଟ ରକ୍ତଦାନ କରିଥିଲେ । ସେହିପରି ମଣ୍ଡପ ପରିସରରେ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା । ଶକୁନ୍ତଳା ମହାପାତ୍ର, କେ ସରସ୍ୱତୀ, ରଶ୍ମିତା ମେହେର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

10 − seven =