csstore

ଯୁବକ ସଙ୍ଘ ପକ୍ଷରୁ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଯାତ୍ରା

ବୌଦ୍ଧ, (ବଂଶୀଧର ମାଝୀ) : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଅମୃତ ମହୋତ୍ସବ ପାଳନ କରୁଛି । ଏହାକୁ ଅଧିକ ସ୍ମରଣୀୟ କରିବା ପାଇଁ ଅଗଷ୍ଟ ୧୩ରୁ ୧୫ତାରିଖ ପର୍ଯ୍ୟନ୍ତ ପ୍ରତି ଘରେ ତ୍ରିରଙ୍ଗା ଉଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ଏହି ‘ହର୍‌ ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଖୁଣ୍ଟିଗୋରା ପଞ୍ଚାୟତ ସ୍ତରୀୟ ଯୁବକ ସଙ୍ଘ ଏବଂ ଫଟାମୁଣ୍ଡା ଯୁବୋଦୟ ୟୁଥ କ୍ଲବର ମିଳିତ ଉଦ୍ୟମରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜି ଖୁଣ୍ଟିଗୋରା ପଞ୍ଚାୟତ ସଦର ଛକରୁ ବାଇକ ଯୋଗେ ତ୍ରିରଙ୍ଗା ଯାତ୍ରା ବାହାରି ସିନ୍ଧୁଗୋରା ଦେଇ ଲଣ୍ଡାଗାଁ ଯାଇଥିଲା । ସେଠାରୁ ଆମ୍ବଗାଁ ଦେଇ ଘଣ୍ଟାପଡା ପର୍ଯ୍ୟନ୍ତ ପହଞ୍ଚିଥିଲା ଏବଂ ଖୁଣ୍ଟିଗୋରା ବଜାର ଛକରେ ଶେଷ ହୋଇଥିଲା । ସମାଜସେବୀ ସୁଶାନ୍ତ ବାରିକ ଏବଂ ବଂଶୀଧର ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଯାତ୍ରାରେ ଆଲୋକ ସାହୁ, ଲମ୍ବୋଦର ବେହେରା, ଶଙ୍କର୍ଷଣ ସାହୁ, ମନୋଜ ସାହୁ, ଯୁବରାଜ ମଲିକ, ପରମାନନ୍ଦ ଠେଲା, ଜିତେନ୍ଦ୍ର ଭୋଇ, ନବୀନ ଠେଲା, ଆଜାଦ କଳତା ସମେତ ଖୁଣ୍ଟିଗୋରା ଏବଂ ଉମା ପଞ୍ଚାୟତର ଯୁବକମାନେ ସାମିଲ ଥିଲେ ।

jayashree
Leave A Reply

Your email address will not be published.