csstore

ଉପରବାହାଲ ଗାଁରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଉପରବାହାଲ ଗ୍ରାମର ଯୁବ କଲ୍ୟାଣ ଯୁବକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଖେଳପଡିଆ ଓ ଗୋଚର ଜମିରେ ବୃକ୍ଷ ରୋପଣ କରାଯାଇଛି । ସଙ୍ଘର ସଦସ୍ୟମାନଙ୍କ ଉଦ୍ୟମ କ୍ରମେ ପ୍ରାୟ ୧୭୨ଟି ବିଭିନ୍ନ ଚାରାଗଛ ଲଗାଯାଇଥିଲା । ସଦସ୍ୟ ଆନନ୍ଦ ବିଶ୍ଵାଳ, ମହାଦେବ ସାହୁ, ଆଶିଷ ସାହୁ, ଆକାଶ ସାହୁ, ଦେବବ୍ରତ ବିଶ୍ଵାଳ, ସୁଦର୍ଶନ ବିଶ୍ଵାଳ, ସୁମନ୍ତ ସାହୁ, ବିରେନ୍ଦ୍ର ଗଡତ୍ୟା, ବାବୁଲୁ ପସାୟତ, ସୁବୋଧ ପଧାନ, ଅଜିତ ବିଶ୍ଵାଳ, ପ୍ରଦୀପ ଭୋଇ, ମହେଶ୍ୱର ନାୟକ, ଜିତୁ ସାହୁ, ସୁରେନ୍ଦ୍ର ସାହୁ ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.