ls

ବ୍ରହ୍ମକୁମାର ବ୍ୟାସଦେବ ପ୍ରଧାନଙ୍କ ପରଲୋକ

sb

ପାଟଣାଗଡ଼, (ଗୋରେଖନାଥ ବରିହା) : ବ୍ରହ୍ମକୁମାର ବ୍ୟାସଦେବ ପ୍ରଧାନ(୫୬)ଙ୍କ ଆଜି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇ ଯାଇଥିବା ଜଣାପଡ଼ିଛି । ତାଙ୍କ ନିକଟ ସଂପର୍କୀୟଙ୍କ ଅନୁସାରେ ସେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ଜଣେ ଶାନ୍ତ, ଶିଷ୍ଟ ତଥା ମେଳାପୀ ବ୍ୟକ୍ତି ଭାବରେ ବ୍ରହ୍ମକୁମାର ବ୍ୟାସଦେବ ବେଶ୍‌ ସୁନାମ ଅର୍ଜନ କରିଥିଲେ । ପ୍ରଜାପିତା ବ୍ରହ୍ମକୁମାରୀ ଦୀକ୍ଷା ଗ୍ରହଣ କରି ସେ ଚିରକୁମାର ରହିଥିଲେ । ତେବେ ଜଣେ ଅମାୟିକ ତଥା ଅତ୍ୟନ୍ତ ଶୁଦ୍ଧପୁତ ବ୍ୟକ୍ତିଙ୍କୁ ହରାଇ ଆଜି ପାଟଣାଗଡ଼ ମାଟି କାନ୍ଦୁଛି ବୋଲି ଅଂଚଳର ଲୋକେ ମତ ବ୍ୟକ୍ତ କରିଛନ୍ତି । ତାଙ୍କ ପରଲୋକରେ ପାଟଣାଗଡ଼ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

pc pk
Leave A Reply

Your email address will not be published.