ବୋରାସମ୍ବର ମେହେର ଯୁବାମଞ୍ଚ ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମେହେରପଡ଼ାସ୍ଥିତ ଭୁଲିଆ ସମାଜ ଧର୍ମଶାଳାଠାରେ ବୋଡ଼ାସମ୍ବର ମେହେର (ଭୁଲିଆ) ସମାଜର ମହାମାନ୍ୟ ସଭାପତି ରୋହିତ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସଭାରେ ବୋଡ଼ାସମ୍ବର ମେହେର (ଭୁଲିଆ) ଯୁବାମଞ୍ଚ ଗଠନ କରାଯାଇଛି । ମେହେର ସମାଜର ୧୮ ରୁ ୩୫ ବର୍ଷ ବୟସ୍କ ଯୁବ ପିଢ଼ିଙ୍କୁ ସମାଜର ଭିନ୍ନ ଭିନ୍ନ କାମରେ ସାମିଲ କରିବା ସହ ବିଭିନ୍ନ ପ୍ରକାର ବିକାଶ ମୂଳକ କାର୍ଯ୍ୟକ୍ରମମାନ ଆଗାମୀ ସମୟରେ କରିବା ଉଦ୍ଦେଶ୍ୟରେ ଏହି ଯୁବାମଞ୍ଚ ଗଠନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସର୍ବସମ୍ମତି କ୍ରମେ ରୀତେଶ ରଞ୍ଜନ ମେହେରଙ୍କୁ ସଭାପତି ଓ ଚିନ୍ମୟ ମେହେରଙ୍କୁ ସାଧାରଣ ସମ୍ପାଦକ ଭାବରେ ଦାୟିତ୍ୱ ଦିଆଯାଇଛି । ଏହା ସହ ଗୋକୁଳ ମେହେର, ନିଲୁ ମେହେର ଓ ରାଜିବ ମେହେରଙ୍କୁ ଉପସଭାପତି ତଥା ସନ୍ତୋଷ ମେହେର, ଗୋବିନ୍ଦ ମେହେର ଓ କିରଣ ମେହେରଙ୍କୁ ସହ ସମ୍ପାଦକ ଏବଂ ପବିତ୍ର ମେହେରଙ୍କୁ କୋଷାଧ୍ୟକ୍ଷ ଭାବରେ ଦାୟିତ୍ୱ ଦିଆଯାଇଛି । ଏହା ସହ ଏହି କାର୍ଯ୍ୟକାରିଣୀକୁ ସହଯୋଗ କରିବା ସହ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ଜଗନ୍ନାଥ ମେହେର, ପବିତ୍ର ମେହେର, ବୃନ୍ଦାବନ ମେହେର, ମନୋଜ ମେହେର, ଦୀପାଲି ମେହେର, ଅନ୍ତର୍ଯ୍ୟାମୀ ମେହେର ଓ ତିଳଚନ୍ଦ୍ର ମେହେରଙ୍କୁ କାର୍ଯ୍ୟକାରୀ ସଦସ୍ୟ ତଥା ସମୀର ମେହେର, ଛାୟାକାନ୍ତ ମେହେର, ସରୋଜ ମେହେର, ରାଜେନ୍ଦ୍ର ମେହେର, ରାଜୁ ମେହେର ଓ ସୁଦାମ ମେହେରଙ୍କୁ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଭାବରେ ଦାୟିତ୍ୱ ଦିଆଯାଇଛି । ନବ ନିର୍ବାଚିତ କାର୍ଯ୍ୟକାରିଣୀ ଆଗାମୀ ସମୟରେ ବିଭିନ୍ନ ପ୍ରକାର ବିକାଶ ମୂଳକ ତଥା ସେବା ମୂଳକ କାର୍ଯ୍ୟକ୍ରମଗୁଡ଼ିକ ଆୟୋଜନ କରିବା ସହ ମେହେର ସମାଜରେ ଅନ୍ତର୍ନିହିତ ବିଭିନ୍ନ ଯୁବ ପ୍ରତିଭାମାନଙ୍କ ଅନ୍ୱେଷଣ ଓ ପ୍ରୋତ୍ସାହନ କ୍ଷେତ୍ରରେ କାମ କରିବା ପାଇଁ ମନସ୍ଥ କରାଯାଇଛି ।

Leave A Reply

Your email address will not be published.

fifteen − one =

error: Content is protected !!