pakka

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ତାଲିମ

bbehera

ଦେଓଗାଁ, (କେପିଏନ୍‌ଏସ୍‌) : ଅଦ୍ୟ ତାରିଖରେ ଦେଓଗାଁ କଚ୍ଛାରପାଲି ଉଚ୍ଚ ପ୍ରାଥମିକ ସ୍କୁଲଠାରେ ଜିଲ୍ଲା ଶିକ୍ଷା ଓ ଶିକ୍ଷକ ତାଲିମ କେନ୍ଦ୍ରର ପ୍ରତ୍ୟକ୍ଷ ତତ୍ୱାବଧାନରେ ୨୮ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦକ୍ଷତା ବିକାଶ ଓ ସ୍ୱଳ୍ପ ଖର୍ଚ୍ଚରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ ପାଇଁ ତାଲିମ ଶିବିର ଆୟୋଜନ ହୋଉଛି । ଉଦ୍‌ଘାଟନ ସଭାରେ ବିଇଓ ମମତା ମହାଡିକ, ବିଆର୍‌ସିସି ଅଜିତ କୁମାର ମିଶ୍ର, ଏବିଇଓ ଦାଶରଥି ଥନାପତି, ଡିଆଇଇଟି ପର୍ସନାଲ୍‌ ଅଳକା ସାମଲ ଯୋଗଦେଇଛନ୍ତି । ସମଗ୍ର ଭାରତରେ ଏଫ୍‌ଏଲ୍‌ଏନ୍‌ ଏକ ଚର୍ଚ୍ଚା ଜୋର ଧରିଛି । ୨୦୦୦ ମସିହା ପର୍ଯ୍ୟନ୍ତ ପାସ୍‌ ଫେଲ୍‌ ପ୍ରକ୍ରିୟାରେ ବର୍ଣ୍ଣବୋଧ ଓ ସଂଖ୍ୟା ଜ୍ଞାନ ପୂର୍ଣ୍ଣ ହେଲେ ପାସ୍ ଘୋଷଣା କରୁଥିଲେ । ଏବେ ପିଲା ଯାହା ଜାଣି ଥାଉ ପ୍ରତିବର୍ଷ ପାସ୍ ଯୋଜନାରେ ଖଟିଖିଆ ଗରିବ ତଥା ଅଳ୍ପ ଶିକ୍ଷିତ ପରିବାରର ସନ୍ତାନମାନଙ୍କର ଶିକ୍ଷା ପ୍ରତି ଧ୍ୟାନ ନଥିବାରୁ, ପୁଣି ଦଣ୍ଡମୁକ୍ତ ନିୟମ ହେତୁ, ଭାଷା ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଦକ୍ଷତାରେ ବାଧକ ସୃଷ୍ଟି ହୋଇଛି । ତଥାପି ନୂତନ କୌଶଳ ଓ ଆକର୍ଷଣୀୟ ଶିକ୍ଷଣ ସାମଗ୍ରୀ ତଥା ଦୂରଦର୍ଶନ ମାଧ୍ୟମରେ ଏଥର ପୂର୍ଣ୍ଣ ଚେଷ୍ଟା କରିବାକୁ ଶିକ୍ଷକମାନଙ୍କୁ ଉତ୍ସାହିତ କରିଥିଲେ ।

jay balangir
Leave A Reply

Your email address will not be published.

one × 1 =