pakka

ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ବ୍ଲକ ଘେରାଉ

bbehera
  • ଆନ୍ଦୋଳନକାରିଙ୍କ ପ୍ରଶ୍ନରେ ଘାଇଲା ହେଲେ ବିଡ଼ିଓ
  • ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ଦ୍ବାରା ଯୋଗାଇ ଦେଇଥିବା ୨୬ ଲକ୍ଷରୁ ଉର୍ଦ୍ଧ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ଟିଟିଲାଗଡ ଭାଜପା । ଆଜି ଟିଟିଲାଗଡ଼ ଭାଜପାର ସଦସ୍ୟ ତଥା ବଲାଙ୍ଗିର ସାଂସଦ ସଙ୍ଗୀତ ସିଂଦେଓଙ୍କ ନୋମିନି ମୁକେଶ ଜୈନଙ୍କ ନେତୃତ୍ୱରେ ଟିଟିଲାଗଡ ବ୍ଲକର ବିଭିନ୍ନ ପଞ୍ଚାୟତର ପ୍ରଧାନ ମନ୍ତ୍ରୀ ଆବାସ ଗୃହର ହିତାଧିକାରୀ ମାନେ ଓ ଭାଜପା ସଦସ୍ୟ ମାନେ ଟିଟିଲାଗଡ ବ୍ଲକ କାର୍ଯ୍ୟାଳୟ ସମ୍ମୁଖୀନରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ସହ ଧାରଣା ଦେଇଥିଲେ । ଟିଟିଲାଗଡ଼ ବ୍ଳକରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜନସଂଖ୍ୟା ବହୁତ ଅଧିକ ଥିବା ସତ୍ତ୍ୱେ ସେହି ପରିବାର ଗୁଡ଼ିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାରୁ ବଞ୍ଚିତ ରହିଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ନାହାନ୍ତି ବୋଲି ଟିଟିଲାଗଡ଼ ବ୍ଳକରୁ ୨୫୦୦ ଘର ଫେରସ୍ତ କରି ଦିଆଯାଇଥିବା ଭାଜପା ସୂଚନା ଦେଇ ବିଡିଓଙ୍କୁ ପ୍ରଶ୍ନ କରିଛନ୍ତି କାହିଁକି ଏପରି ଭୁଲ ତଥ୍ୟ ପ୍ରଦାନ କରାଯାଇଛି । କଥା ଧନୀ ଶ୍ରେଣୀର ଲୋକମାନେ ଲାଞ୍ଚ ଦେଇ ଦୁଇ-ତିନୋଟି ଘର ପାଇ ସାରିଥିବା ବେଳେ ଗରିବ ଲୋକମାନେ ଲାଞ୍ଚ ଦେବା ପାଇଁ ଅସମର୍ଥ ହେବାରୁ ଘରଟିଏ ପାଇବା ସାତସପନ ପାଲଟିଥିବା ଅଭିଯୋଗ କରିଛନ୍ତି । ଦେଢ଼ ବର୍ଷ ପୂର୍ବରୁ ବ୍ଲକ ଅଫିସ ଓ ପ୍ରତ୍ୟେକ ଗ୍ରାମପଞ୍ଚାୟତ ଅଫିସରେ ଗୋଟିଏ ଗୋଟିଏ ଆବେଦନ ବାକ୍ସ ରଖାଯାଇଥିଲା । ସେଥିରେ ଅନେକ ହିତାଧିକାରୀ ମାନେ ଆବେଦନ କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା କେଉଁ ପଞ୍ଚାୟତରେ କେତେ ଯୋଗ୍ୟ ହିତାଧିକାରୀ ଚୟନ ହେଲେ ଏ ପର୍ଯ୍ୟନ୍ତ ତାର କୌଣସି ତାଲିକା ବାହାରି ନଥିବାର କାରଣ ପଚାରିଥିଲେ ଟିଟିଲାଗଡ ବିଡିଓଙ୍କୁ । ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ଓଡ଼ିଶାକୁ ଆଠ ଲକ୍ଷ ସତର ହଜାର(୮୧୭୦୦୦) ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେଇଛନ୍ତି । କିନ୍ତୁ ସେଥିରେ ଟିଟିଲାଗଡ଼ ବ୍ଳକ ତଥା ପଶ୍ଚିମ ଓଡ଼ିଶାର କୌଣସି ତାଲିକା ନ ଥିବା ଅଭିଯୋଗ କରିଛନ୍ତି ଭାଜପାର ସଦସ୍ୟମାନେ । ଗରିବ ଲୋକମାନଙ୍କ ପାଇଁ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗେଇ ଦେବା ବ୍ୟବସ୍ଥା ଥିବା ବେଳେ ଦାୟିତ୍ୱରେ ସରକାରୀ ଅଧିକାରୀ ମାନେ ଗୋଟିଏ ଘରକୁ କୋଡ଼ିଏରୁ ତିରିଶ ହଜାର ଟଙ୍କା ଲାଞ୍ଚ ନେଇ କାର୍ଯ୍ୟଦେଶ ଜାରି କରୁଥିବା ଅଭିଯୋଗ କରିଛନ୍ତି । ଅନେକ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ଦିଆଯାଉଛି । ଯଦି ତାଙ୍କର ଘର ତିଆରି କରିବା ପାଇଁ ଜାଗା ନାହିଁ ତାଙ୍କୁ ରାଜ୍ୟ ସରକାର ଚାରି ଡେସିମିଲ ଜାଗା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । କିନ୍ତୁ ଅନେକ ଲୋକ କାର୍ଯ୍ୟଦେଶ ପାଇ ମଧ୍ୟ ଘର ତିଆରି କରି ପାରୁନାହାନ୍ତି । ତୁରନ୍ତ ତାଙ୍କୁ ଚାରି ଡେସିମିଲ ଜାଗା ପ୍ରଦାନ କରାଯାଉ ବୋଲି ଦାବୀ କରିଛନ୍ତି । ଟିଟିଲାଗଡ ବିଡିଓ ନବୀନ ନାୟକ ଭାଜପା କାର୍ଯ୍ୟକର୍ତ୍ତା ମାନଂକ ପାଖକୁ ଆସି ତାଙ୍କର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବା ପାଇଁ ଚେଷ୍ଟା କରି କହିଥିଲେ ଭାଜପାର ଅଭିଯୋଗ ଗୁଡ଼ିକ ତାଙ୍କ ପାଖରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବାରୁ ଅବଗତ ନାହାନ୍ତି । ଆଗକୁ ତଦନ୍ତ କରି ଦୋଷୀ ସାବ୍ୟସ୍ତ ହେଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଭାଜପାର ସଦସ୍ୟଙ୍କ ପ୍ରଶ୍ନ ଓ ବିଡିଓଙ୍କ ଉତ୍ତର ମଧ୍ୟରେ ଅନେକ ତର୍କ ବିତର୍କ ଚାଲିଥିବା ଦେଖିବାକୁ ମିଳିଥିଲା । ଉପରୋକ୍ତ ଦାବୀ ଗୁଡ଼ିକ ପୂରଣ ନ ହେଲେ ଭାରତୀୟ ଜନତା ପାର୍ଟୀ ଟିଟିଲାଗଡ଼ ରାଜ ରାସ୍ତାକୁ ଓହ୍ଲାଇବ ତାର ଦାୟୀ ବ୍ଲକ ପ୍ରଶାସନ ହେବେ ବୋଲି ଚେତାବନୀ ଦେଇଛନ୍ତି । ଆଜିର ଏହି ଧାରଣାରେ ଭାଜପାର କର୍ମକର୍ତ୍ତା ନରସିଂହ ସିଂ, କୁନା ଭାଟି, ଗୁଳାପ ସୋନି, ନିମାଇ ଚରଣ ବେହେରା, ସୁଶାନ୍ତ ବନ୍‌ଛୋର୍, ଜିବର୍ଦ୍ଧନ ଖର୍ସେଲ, ବିପିନ ଠାକୁର, ବିଦୁର ବେହେରା, ଜଗତ କିଶନ ସାହୁ, ରବୀନ୍ଦ୍ର ସାହୁ, ରାଜେଶ୍ ଅଗ୍ରୱାଲ, ରାଜୁ ରାଓ, ଲିଙ୍ଗରାଜ ନାୟକ, ନରସିଂହ ସୁନା, ସାଗର ପଟେଲ, ରମାକାନ୍ତ ରଣା, ସୁରେନ୍ଦ୍ର ସାହୁ, ରାଧାକାନ୍ତ ନାଗ, ସନ୍ତୋଷ ମାଝୀ, ତେଜରାଜ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

20 − 16 =

error: Content is protected !!