ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର ବ୍ଲକ୍ ଚିକଲଖଣ୍ଡି ଗ୍ରାମପଞ୍ଚାୟତରେ ଭାରତୀୟ ଜନତା ପାର୍ଟିର ଏକ ମିଶ୍ରଣ ପର୍ବ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ଚିକଲଖଣ୍ଡି ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ନାରାୟଣ ରେଡ୍ଡୀଙ୍କ ନେତୃତ୍ୱରେ ପଚାଶରୁ ଉର୍ଦ୍ଧ୍ବ ସିପିଆଇ କର୍ମୀମାନେ ଆନୁଷ୍ଠାନିକ ଭାବେ ବିଜେପି ଦଳରେ ଯୋଗଦେଇଥିଲେ । ଭାରତ ସରକାରଙ୍କୁ ପ୍ରସଂଶା କରି ଓଡିଶାରୁ ନେତୃତ୍ୱ ନେଇଥିବା ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କ ଆଦର୍ଶକୁ ଅନୁପ୍ରାଣିତ କରି ଏହି ଦଳରେ ଯୋଗ ଦେଇଛନ୍ତି, ବୋଲି କର୍ମୀମାନେ ମତବ୍ୟକ୍ତ କରିଛନ୍ତି । କଣମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁ, ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ଆଇନଜୀବୀ ଆବାହକ, ପ୍ରଦୀପ କୁମାର ପାଢୀ, ସଞ୍ଜିତ କୁମାର ରାଉଳ ଛତ୍ରପୁର ମଣ୍ଡଳ ସଭାପତି, ଲାଷ୍ମୀ ନାରାୟଣ ପଣ୍ଡା ଜିଲ୍ଲା ସମ୍ପାଦକ, ରଶ୍ମିରାଣୀ ମହାପାତ୍ର ଜିଲ୍ଲା ଉପସଭାପତି, ଭୀମସେନ ବେହେରା ଜିଲ୍ଲା ସମ୍ପାଦକ, ପ୍ରଭାତ ଷଡଙ୍ଗୀ ଜିଲ୍ଲା ସମ୍ପାଦକ, ବିଜୟ ମୁଦୁଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷକ ମୋର୍ଚ୍ଚା, ପଦ୍ମଚରଣ ପରିଡ଼ା ଭିକାରୀପଲ୍ଲୀ ମଣ୍ଡଳ ସଭାପତି, ଛତ୍ରପୁରମଣ୍ଡଳ ସାଧାରଣ ସମ୍ପାଦକ, ଅମରେଶ ମହାରଣା, ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ବହୁ ନେତୃବର୍ଗ ଓ କର୍ମୀ ଉପସ୍ଥିତ ଥିଲେ । ଶଙ୍କର ରାଓଙ୍କ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।