csstore

ସାରସବାହାଲ ସ୍ୱୀକୃତିପ୍ରାପ୍ତ ମଦଭାଟିରେ ଖୋଲା ମଦ କାରବାର : ବେଆଇନ ମଦ କାରବାର ଯୋଗୁଁ ବଢ଼ୁଛି ମଦ ମୃତ୍ୟୁ ଆଶଙ୍କା

ଦେଓଗାଁ, (ମନୀଷ କୁମାର ସାହୁ) : ସରକାରଙ୍କ ସ୍ୱୀକତିପ୍ରାପ୍ତ ମଦ ଭାଟି । ସରକାରୀ ନିୟମ ଭିତରେ ହେବ ମଦ କାରବାର । ସରକାର ରାଜସ୍ୱ ଆଦାୟ କରୁଥିଲେ ମଧ୍ୟ ନିର୍ଦ୍ଧାରିତ ମାନରେ ମଦ ଦେବାର ନିୟମ ଅଛି । କିନ୍ତୁ ସବୁ ନିୟମକୁ ଖୋଲାଖୋଲି ଉଲଂଘନ କରୁଛନ୍ତି ଭାଟି ପରିଚାଳକ ବୋଲି ଅଭିଯୋଗ ହେଉଛି । ବଣ ଜଙ୍ଗଲ ଘେରା ଗାଁରେ ନିଜ ଗଛରୁ ସଂଗ୍ରହ କରିଥିବା ମହୁଲରୁ ମଦ ତିଆରି କରି କିଛି ରୋଜଗାର କରିବାକୁ ଚାହୁଁଥିବା ଲୋକଙ୍କୁ ଅବକାରୀ ବିଭାଗ ଗିରଫ କରୁଥିବା ବେଳେ ସ୍ୱୀକୃତିପ୍ରାପ୍ତ ମଦ ଭାଟିରୁ ବେଆଇନ ଭାବେ ଖୋଲା ମଦ ବିକ୍ରିକୁ ଅବକାରୀ ବିଭାଗ ଆଖି ବୁଜି ସହଯୋଗ କରୁଥିବାରୁ ଭାଟି ମାଳିକ ଓ ଅବକାରୀ ଅଧିକାରୀଙ୍କ ମଧ୍ୟ ମଧୁଚନ୍ଦ୍ରିକା ଭାବ ଜଣାପଡ଼ୁଛି । ଦେଓଗାଁ ସାରସବାହାଲ ମୌଜାରେ ଥିବା ମଦ ଭାଟି ବହୁ ପୁରାତନ । ପୂର୍ବରୁ ବୋତଲରେ ବିକ୍ରୟ ହେଉଥିଲା । ବୋତଲ ମଦକୁ ମନ ଇଚ୍ଛା ନିଶା ମୁକ୍ତ ଓ ନିଶା ଯୁକ୍ତ କରାଯାଉଥିବାରୁ ନିର୍ଦ୍ଧିଷ୍ଟ ମାନରେ ଡିଗ୍ରୀରେ ମଦ ବିକ୍ରୟ କରିବା ପାଇଁ ସିଲ ପାକିଟର ବ୍ୟବସ୍ଥା ହେଲା । କିନ୍ତୁ ସାରସବାହାଲ ମଦ ଭାଟି କର୍ତ୍ତୃପକ୍ଷ ବେଆଇନ ଭାବେ ଭାଟିରେ ଅଧିକ ବିଶାକ୍ତ କରି ଖୋଲା ମଦ ବିକ୍ରୟ କରୁଛନ୍ତି । ଏହି ଖୋଲା ମଦ ବା ଡିଗ୍ରୀ ଦେଖାଯାଇ ନ ଥିବାରୁ ମଦକୁ କୁଚିଆ ମାଧ୍ୟମରେ ଗାଁଗୁଡ଼ିକକୁ ଯୋଗାଇ ଥିବାରୁ କାଳ କ୍ରମେ ଗରିବ ଓ ପରିଶ୍ରମୀ ଲୋକମାନେ ରୋଗଗ୍ରସ୍ତ ଓ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ବେଆଇନ ଖୋଲା ମଦ ବିଷୟରେ ଭାଟି ମ୍ୟାନେଜରକୁ ପଚାରିଲେ ଖୋଲା ମଦ ବିକ୍ରୟ ପାଇଁ ନୁହେଁ କେବଳ କିଏ ମାଗଣାରେ ମାଗିଲେ ଦିଆଯାଏ ବୋଲଇ କହିଛନ୍ତି । ସ୍ୱୀକୃତିପ୍ରାପ୍ତ ମଦ ଭାଟିରେ ଖୋଲା ମଦ କାରବାରକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ତେଣୁ ତୁରନ୍ତ ଖୋଳା ମଦ କାରବାରକୁ ବନ୍ଦ କରିବାକୁ ସାଧାରଣରେ ଦାବୀ ହେଉଛି ।

jayashree
Leave A Reply

Your email address will not be published.