pakka

ହାତୀସରା ସରପଞ୍ଚଙ୍କ ପିତୃ ବିୟୋଗ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ସରପଞ୍ଚ କେଲୋ ଡାଙ୍ଗଙ୍କ ପିତା ତ୍ରିଲୋଚନ ଡାଙ୍ଗ(୯୦)ଙ୍କ ଶୁକ୍ରବାର ରାତିରେ ନିଜ ବାସଭବନ ନାଇକେନଶିରାରେ ପରଲୋକ ହୋଇଯାଇଛି । ତାଙ୍କ ୫ପୁଅ ମଧ୍ୟରୁ ୪ ପୁଅ ଯଦୁମଣୀ, ଘାସିରାମ, କାଳିଆ, ସରପଞ୍ଚ କେଲୋ ଡାଙ୍ଗ ସହ ଝିଅମାନେ ମୃତ୍ୟୁ ସମୟରେ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଦେଓଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶନିବାର ଦିନ ସକାଳେ ବନ୍ଧୁ, ବାନ୍ଧବ, ଆତ୍ମିୟ ସ୍ୱଜନମାନେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ଶନିବାର ଦିନ ଗାଁ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା । ୨ୟ ପୁଅ ଯଦୁମଣୀ ମୁଖାଗ୍ନୀ ଦେଇଥିଲେ ।

jay balangir
Leave A Reply

Your email address will not be published.

14 − eight =