jsm

ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ସମ୍ବର୍ଦ୍ଧନା ସଭା

csstore

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜ଼ିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଅଲାତରା, ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟ (ସ୍ମାର୍ଟ ସ୍କୁଲ) ଠାରେ ଆଜି ମୋ ସ୍କୁଲ ପରିଚାଳନା କମିଟି ତରଫରୁ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମ.ରାମପୁର ବ୍ଲକ ଅଧକ୍ଷ୍ୟା ମନ୍ଦାକିନି ସିଂହଦେଓ, ଅଲାତରା ସରପଞ୍ଚ ସସ୍ମିତା ନାଗଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମର୍ଦ୍ଧନା କରାଯାଇଥିଲା । ଉକ୍ତ ସମ୍ବର୍ଦ୍ଧନା ସଭାରେ ସ୍କୁଲ ପ୍ରତିଷ୍ଠାତା ଶିକ୍ଷ୍ୟାବିତ ଘନଶ୍ୟାମ ବଗର୍ତ୍ତି, ଖଗେଶ୍‌ଶ୍ୱର ରଣା, ପୂର୍ବତନ ସରପଞ୍ଚ ଦୁଷିଲା ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପଞ୍ଚୁଦେବ ସାହୁ ଉପସ୍ଥିତ ଥିବା ବେଳେ ପଞ୍ଚସଖା ହାଇସ୍କୁଲର ସହକାରୀ ପଧାନ ଶିକ୍ଷକ ଅଶୋକ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ କୁଳେନ୍ଦ୍ର ବୈଠାରୁ ଧନ୍ୟବାଦ ଅର୍ପଣ କରିଥିଲେ । ଖେଳ ଶିକ୍ଷକ ବେଣୁଧର ରଣାଙ୍କ ତତ୍ୱା ବଧାନରେ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଶିକ୍ଷା ପ୍ରେମୀ, ସମାଜସବୀ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.