ରୁଗୁଡ଼ିଖାଲରେ ବିଶ୍ଵଶାନ୍ତି ମାନସ ଯଜ୍ଞ ଆରମ୍ଭ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ବେନ୍ଦ୍ରା ରଘୁନାଥ ମଠର ମହନ୍ତ ଯମୁନା ଦାସ ମହାରାଜାଙ୍କ ପୌରହିତ୍ୟରେ ଲୋଇସିଂହା ବ୍ଲକ ରୁଗୁଡ଼ିଖାଲ ମାନସ ବିହାରଠାରେ ବିଶ୍ଵଶାନ୍ତି ନିମିତ୍ତ ସପ୍ତବିଂଶତମ ଶ୍ରୀରାମ ଚରିତ ମାନସ ଯଜ୍ଞ ଗତକାଲିଠାରୁ ଆରମ୍ଭ ହୋଇଯାଇଛି । ଏହି ଅବସରରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ନଅଦିନ ବ୍ୟାପୀ ହେବାକୁ ଥିବା ଏହି ଯଜ୍ଞରେ ଗୌରିଶଙ୍କର ମିଶ୍ର ଯଜ୍ଞାଚାର୍ଯ୍ୟ ଦାୟିତ୍ଵ ନିର୍ବାହ କରୁଥିବା ବେଳେ ବ୍ୟାସ ଉଦ୍ଧବ ତ୍ରିପାଠୀ ଓ ଛନ୍ଦାଚରଣ ଦାସ ରାମଚରିତ ମାନସ ପଠନ କରିବେ । ରାମପୁର ଗ୍ରାମକୁ ଅଯୋଧ୍ୟା ଓ ନେଗିପାଲିକୁ ମିଥିଳା ଭାବେ ଚିତ୍ରଣ କରାଯାଇ ସୀତା ବିବାହ, ଶବର ଲୀଳା, ଶବରୀର ଫଳଖିଆ ପ୍ରଭୃତି ରୂପକ ଆୟୋଜିତ ହେବ । ଆସନ୍ତା ୧୩ରୁ ପ୍ରତ୍ୟହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ବେଳେ ୧୬ରୁ ନାମଯଜ୍ଞ ଆରମ୍ଭ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାଯାଇଛି ।

Leave A Reply

Your email address will not be published.

14 − three =