csstore

ଛତ୍ରପୁରର ବୋହୂ ଶ୍ରୀମତୀ ବିଶ୍ୱଜିତା ବରାଳଙ୍କୁ ବିକ୍ଷିପ୍ତା ଜ୍ୟୋତି ସମ୍ମାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ଛତ୍ରପୁରର ବୋହୂ ତଥା ପୁରୀ ଜିଲ୍ଲାର ପିତା ବୈଷ୍ଣବ ଚରଣ ବରାଳ, ମାତା ସ୍ୱର୍ଗତ ରାଜଶ୍ରୀ ବରାଳଙ୍କ ଝିଅ ଶ୍ରୀମତୀ ବିଶ୍ୱଜିତା ବରାଳଙ୍କୁ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ବୁଗୁଡାର ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ତରଫରୁ ବିକ୍ଷିପ୍ତା ଜ୍ୟୋତି ସମ୍ମାନ -୨୦୨୩ରେ ସମ୍ମାନିତ ହୋଇଛନ୍ତି । ସେ ଜଣେ କବୟିତ୍ରୀ, ଗାଳ୍ପିକା, ଶିକ୍ଷାବିତ ଏବଂ ବହୁବିଧ ପ୍ରତିଭାର ଅଧିକାରିଣୀ ଅଟନ୍ତି । ତାଙ୍କର ନିଷ୍ଠାପର ସାହିତ୍ୟ ସେବା ଓ ସାହିତ୍ୟ କୃତି ପାରଦର୍ଶିତାକୁ ଆହ୍ୱାନ କରି ଗଞ୍ଜାମ ଜିଲ୍ଲାର ବିକ୍ଷିପ୍ତା ସାହିତ୍ୟ ସମ୍ମିଳନୀ ମଞ୍ଚରେ ବିକ୍ଷିପ୍ତା ଜ୍ୟୋତି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ’ ବ୍ରହ୍ମପୁର ମହାନଗର ଅନ୍ତର୍ଗତ ହିଲପାଟ୍ଟଣାସ୍ଥିତ ସିଦ୍ଧିବିନାୟକ ମନ୍ଦିର ପରିସରରେ ଆୟୋଜିତ କୃତିବାସ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାରସ୍ୱତ ସମାବେଶ ମଞ୍ଚରେ ସମ୍ମାନିତ ହୋଇଥିଲେ । ମୁଖ୍ୟ ଅତିଥୀ ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ତଥା ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଡ.ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଏହି ମଞ୍ଚରେ ମଞ୍ଚାସିନ ଥିଲେ ।

jayashree
Leave A Reply

Your email address will not be published.