csstore

କଳିକେଶଙ୍କ ବିଜୟ କାମନାରେ ବିଶାଳ ମହିଳା ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : କଳିକେଶଙ୍କ ବିଜୟ କାମନା କରି ଆଜି ସନ୍ଧ୍ୟାରେ ବଲାଙ୍ଗିର ରାଜେନ୍ଦ୍ର ପାର୍କ ଠାରୁ ସହସ୍ରାଧିକ ମହିଳା ବାହାରି ନଗର ପରିକ୍ରମା କରିବା ସହ ମା’ ସମଲେଶ୍ୱରୀ ଏବଂ ମା’ ପାଟଣେଶ୍ୱରୀଙ୍କ ଠାରେ ପୂଜାର୍ଚ୍ଚନା କରିଛନ୍ତି । ବିଜୁ ଜନତା ଦଳର କଂଟାବାଂଜି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ନବୀନ ପଟ୍ଟନାୟକ, ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ଏବଂ ବଲାଙ୍ଗିର ସାସଂଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କ ସମେତ ବଲାଙ୍ଗିର ସାଂସଦ କ୍ଷେତ୍ରର ସମସ୍ତ ବିଧାୟକ ପ୍ରାର୍ଥୀଙ୍କ ବିଜୟ ପାଇଁ ପୂଜା ଅର୍ଚ୍ଚନା କରାଯାଇଥିବା କୁହାଯାଇଛି । ଏହି ରାଲିରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ, ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ସହ ବିଜେଡ଼ିର ହଜାର ହଜାର ମହିଳା ପରୁଷ ସାମିଲ୍‌ ହୋଇଥିବା ଦେଖିବାକୁ ମିଳିଛି । କୌଣସି ଶୁଭକାର୍ଯ୍ୟର ଆରମ୍ଭରେ କୁଳଦେବୀଙ୍କ ଆଶୀର୍ବାଦ ଭିକ୍ଷା କରାଯାଉଥିବା ବେଳେ ଏହି କ୍ରମରେ ଇଷ୍ଟଦେବୀଙ୍କ ଆଶୀର୍ବାଦ ଭିକ୍ଷା କରାଯାଇଥିବା ବିଧାୟକ ପ୍ରାର୍ଥୀ ଶ୍ରୀ ସିଂହଦେଓ କହିଛନ୍ତି ।

jayashree
Leave A Reply

Your email address will not be published.