csstore

ବିରଞ୍ଚି ଦାଶ ପୂଜ୍ୟପୂଜା ସଂଗଠନ ଦ୍ୱାରା ସମ୍ବର୍ଦ୍ଧିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନ ବଲାଙ୍ଗିରର ୧୯ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ପତିତପାବନ ଏକାଡେମୀର ସଭା କକ୍ଷରେ ଅନୁଷ୍ଠିତ ହୋଇଥିଲା । ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗୁରୁଶ୍ରୀ ଘାସିରାମ ମିଶ୍ର ମୁଖ୍ୟଅତିଥି, ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ଡଃ. ଯୁଗଳ କିଶୋର ଷଡ଼ଙ୍ଗୀ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବରେ ଡାକ୍ତର ଜ୍ୟୋତ୍ସ୍ନା ମହାପାତ୍ର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗ ଦେଇଥିଲେ । ଏହି ଅବସରରେ ସମାଜସେବା, ବୃକ୍ଷ ରୋପଣ, ରକ୍ତଦାନ ଶିବିର ଆୟୋଜନ ଓ ଶିକ୍ଷା ପାଇଁ ନିର୍ଝରିଣୀର ସମ୍ପାଦକ ବିରଞ୍ଚି ନାରାୟଣ ଦାଶଙ୍କୁ ସ୍ୱର୍ଗତ ଗାର୍ଗବ ପ୍ରସାଦ ମେହେର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା ।ପ୍ରାକାଶ ଥାଉକି ଶ୍ରୀ ଦାଶ ସଦାସର୍ବଦା ଭାଷା, ସାହିତ୍ୟ, ସଂସ୍କୃତି, ପରିବେଶ, ରକ୍ତଦାନ ଭଳି କ୍ଷେତ୍ରରେ କାମ କରି ବିଭିନ୍ନ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇସାରିଛନ୍ତି । ଶ୍ରୀ ଦାଶ ସମ୍ବର୍ଦ୍ଧିତ ହୋଇଥିବାରୁ ବୁଦ୍ଧିଜୀବୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।

jayashree
Leave A Reply

Your email address will not be published.