csstore

ଛତ୍ରପୁର ପ୍ରେସକ୍ଲବରେ ବର୍ଣ୍ଣାଢ଼୍ୟ ସମାରୋହରେ ବିନାୟକ ପୂଜା ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପ୍ରେସକ୍ଲବରେ ବର୍ଣ୍ଣାଢ଼୍ୟ ସମାରୋହରେ ବିନାୟକ ପୂଜା ପାଳିତ ହୋଇଯାଇଛି । ପୂର୍ବାହ୍ନରେ ବିଘ୍ନ-ବିନାୟକ ଗଣନାଥ ଗଣେଶଙ୍କ ଆବାହନ ଅନୁଷ୍ଠିତ ହୋଇଥିଲ । ଆୟୋଜିତ ଚିତାକର୍ଷକ ପୂଜାମଣ୍ଡପରେ ସଭାପତି ରବୀନ୍ଦ୍ରନାଥ ପଣ୍ଡାଙ୍କ ସହଯୋଗରେ ଉପ-ସଭାପତି ସନ୍ତୋଷ ମିଶ୍ର ପୂଜା-କର୍ମରେ ବସିଥିଲେ । ଯଥା ରୀତିନୀତି ସହ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ହୋମ ଆହୂତି, ପୂର୍ଣ୍ଣାହୂତି, ପୁଷ୍ପାଞ୍ଜଳି ଧ୍ୟାନ ମନ୍ତ୍ର-ଉଚ୍ଚାରଣ ଆଦି ଅନୁଷ୍ଠିତ ହୋଇ ସମସ୍ତ ସଦସ୍ୟଙ୍କୁ ପୂଜକ ଆଶ୍ରିଵାଦ କରିଥିଲେ ଏବଂ ସଭିଙ୍କ ମଙ୍ଗଳ କାମନା କରିଥିଲେ । କାର୍ଯ୍ୟକ୍ରମରେ କ୍ଲବ ସଦସ୍ୟ ସୁଧୀର ନାହାକ, ଆଜିତ ସ୍ୱାଇଁ, ରବିନ୍ଦ୍ର ନାହାକ, ବିସ୍ମୟ ପ୍ରଧାନ, କ୍ଷୀରୋଦ ଚନ୍ଦ୍ର ସାହୁ, ଅଶୋକ ରଥ ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ବେଳେ ପ୍ରାକ୍ତନ ସଭାପତି ପ୍ରଶାନ୍ତ ମହାରଣା, ରବିନ୍ଦ୍ର କୁମାର ପଣ୍ଡା, ସମ୍ପାଦକ ସରୋଜ ସାମଲ, ସନ୍ତୋଷ ପାଢ଼ୀ ସଂସଦର କୋଷାଧ୍ୟକ୍ଷ କେ.ସତ୍ୟନାରାୟଣ ରେଡ୍ଡୀ, ସହ-ସମ୍ପାଦକ ଦେବବ୍ରତ ପଣ୍ଡା ପ୍ରମୁଖ ପୂଜା ଆସରରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.