csstore

ମହାବୀର ହାଇୟର ସେକେଣ୍ଡାରୀ ସ୍କୁଲରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାବୀର ହାଇୟର ସେକେଣ୍ଡାରୀ ସ୍କୁଲରେ ଯୁକ୍ତ ୨ ପ୍ରଥମ ବର୍ଷର କଳା ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ କଲେଜର ପ୍ରତିଷ୍ଠାତା ତଥା ଚେୟାରମେନ୍‌ ଜପବନ୍ଧୁ କମ୍ପ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । କଲେଜର ଅଧ୍ୟକ୍ଷ ବିଜୟ କୁମାର ହୋତା ଓ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ଯଥା ରାମଚନ୍ଦ୍ର ବିଶ୍ୱାଳ, ଜ୍ୟୋତିର୍ମୟୀ ତ୍ରିପାଠୀ, ସୀମା ମହାକୁର, ରାଜେଶ ସାହୁ, ଲିପୁନ ଚନ୍ଦ୍ର ମିଶ୍ର, ନୂତନ ସାହୁ ଉପସ୍ଥିତ ଥିବା ସହ ନୂତନ ଛାତ୍ରଛାତ୍ରୀମାନଙ୍କୁ ଅଭିବାଦନ ଦେବା ସହ ଭବିଷ୍ୟତ ଜୀବନରେ ଉନ୍ନତି ତଥା ଲକ୍ଷ ହାସଲ ପାଇଁ ଆହ୍ଵାନ ଦେଇଥିଲେ । ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ସୁମନ ସୁରଚି ସାହୁ, ସ୍ମୃତି ରାଣୀ ପଧାନ, ଅଭିମାନ ଆଶୁତୋଷ ବେହେରା ଓ ନୀତିଶ ନିରଞ୍ଜନ ଦେହୁରୀଙ୍କ ଦ୍ଵାରା ସଭା କାର୍ଯ୍ୟ ପରିଚାଳନା ହୋଇଥିଲା ଏବଂ ସଭା କାର୍ଯ୍ୟ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jayashree
Leave A Reply

Your email address will not be published.