oom

ମିର୍ଦ୍ଧାପାଲି ପଂଚାୟତ ଅଂଚଳରେ ଆବାସ ଯୋଜନା ଦୁର୍ନୀତି ବିରୁଦ୍ଧରେ ଭିଆଇପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମିର୍ଦ୍ଧାପାଲି ପଂଚାୟତ ସରକାରୀ ଆବାସ ଯୋଜନା ଦୁର୍ନୀତି ବିରୁଦ୍ଧରେ ଆଜି ବଲାଙ୍ଗିର ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭିଲେଜର୍ସ ଇଣ୍ଡିଆ ପାର୍ଟିର ନେତୃତ୍ୱରେ ପଂଚାୟତର ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀ ବିକ୍ଷୋଭ କରି ବଲାଙ୍ଗିର ବ୍ଲକ ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏହି ଦୁର୍ନୀତିର ତଦନ୍ତ ଏବଂ ଯୋଗ୍ୟ ବ୍ୟକ୍ତିଙ୍କୁ ଆବାସ ଯୋଜନା ଘର ଦେବା ଦାବୀ କରାଯାଇଛି । ଭିଲେଜର୍ସ ଇଣ୍ଡିଆ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଉକ୍ତ ପଂଚାୟତରେ ଅନେକ ଅଯୋଗ୍ୟ ବ୍ୟକ୍ତିମାନଙ୍କୁ ଆବାସ ଘର ଦିଆଯାଇଛି ଏବଂ ଯୋଗ୍ୟ ହିତାଧିକାରୀ ମାନେ ବଂଚିତ ହୋଇ ରହିଯାଇଛନ୍ତି । ଏପରିକି ଗୋଟିଏ ପରିବାରରୁ ଏକାଧିକ ସଦସ୍ୟଙ୍କୁ ଆବାସ ଯୋଜନା ମିଳିଥିବା ବେଳେ ଧନୀ ଶ୍ରେଣୀର ଲୋକଙ୍କୁ ମଧ୍ୟ ଆବାସ ଯୋଜନା ମିଳିଅଛି । କିନ୍ତୁ ପ୍ରକୃତରେ ଗରିବ ପରିବାର ଯେଉଁମାନଙ୍କର ଭଲ କୁଡିଆ ଘର ଖଣ୍ଡିଏ ମଧ୍ୟ ନାହିଁ ସେମାନେ ଉକ୍ତ ଯୋଜନାରୁ ବଂଚିତ ହୋଇ ରହିଯାଇଛନ୍ତି । ଏହାକୁ ଅତି ଦୁଃଖର ବିଷୟ କହି ଡ. କୁଶୁଲିଆ ସମାଲୋଚନା କରିଛନ୍ତି । ଏଣୁ ଡ. କୁଶୁଲିଆ ଏହି ଆବାସ ଯୋଜନା ବଂଟନ ଦୁର୍ନୀତିର ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରି ଯୋଜନାର ସଠିକ୍‌ ରୂପାୟନ ଦେବା ପାଇଁ ଦାବୀ କରିଛନ୍ତି । ମିର୍ଦ୍ଧାପାଲି ଆବାସ ଯୋଜନାରେ ଧନୀ ଶ୍ରେଣୀୟ ଛାତ ଘର ଥିବା ଅଯୋଗ୍ୟ ବ୍ୟକ୍ତିଙ୍କୁ ଆବାସ ଯୋଜନାରେ ସାମିଲ୍‌ କରାଯାଇଥିବା ବେଳେ ସମସ୍ତ ୧୪ ଗୋଟି ବ୍ଲକରେ ଏହିପରି ଅବସ୍ଥା ପରିଲକ୍ଷିତ ହେଉଅଛି । ଏହାଦ୍ୱାରା ଆବାସ ଯୋଜନା ବଂଟନ ଟାର୍ଗେଟ୍‌ ସରିଯିବା ଫଳରେ ଯୋଗ୍ୟ ଏସିସିସି ତାଲିକାରେ ନାମ ଥିଲେ ସୁଦ୍ଧା ଆବାସ ଯୋଜନାରୁ ବଂଚିତ ରହିଯାଇଛନ୍ତି । ଉପର ହାତ ଏବଂ ପଇସାର କାରବାର ଯୋଗୁଁ ଆବାସ ଯୋଜନା ବଂଟନରେ ଗରିବ ଶ୍ରେଣୀୟ ଲୋକ ଆବାସ ଯୋଜନାରୁ ବଂଚିତ ରହିଯାଇଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ଅନ୍ୟ ପକ୍ଷରେ ଓଡିଶା ସରକାରଙ୍କ ଜାଗା ମିଶନ, ବସୁନ୍ଧରା ଯୋଜନା ଓ ବନବାସୀ ଯୋଜନା ତଥା ନିର୍ମାଣ ଶ୍ରମିକ ଯୋଜନା ଆଦି କାର୍ଯ୍ୟକାରୀ ନ ହେବା ଯୋଗୁଁ ପ୍ରକୃତ ହିତାଧିକାରୀ ଗରିବ ଭୁମିହୀନ ଲୋକେ ଆବାସ ଯୋଜନାରୁ ବଞ୍ଚିତ ରହିଯାଉଛନ୍ତି ବୋଲି ସେ କହିଛନ୍ତି ।

jittmm
Leave A Reply

Your email address will not be published.