ପଞ୍ଚାୟତ କଲେଜ୍ ଛାତ୍ରଛାତ୍ରୀଙ୍କ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପଧାନ) : ୬ ଦଫା ଦାବୀରେ ବରଗଡ଼ ପଞ୍ଚାୟତ କଲେଜ୍ କମ୍ପୁଟର ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଲଫ ଫାଇନାନ୍ସ ପାଠ୍ୟକ୍ରମରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଏ ପର୍ୟ୍ୟନ୍ତ ଠିକ୍ ଭାବେ କ୍ଲାସ୍ କରାଯାଉନଥିବା ଅଭିଯୋଗ କରିଛନ୍ତି । ସେହିପରି ବିଭାଗରେ ସ୍ଥାୟୀ ଅଧ୍ୟାପକ ନଥିବା ବେଳେ ଗେଷ୍ଟ ଫେକଲଟି ମାଧ୍ୟମରେ ପାଠ ପଢା ଯାଉଛି । ଯା’ ଫଳରେ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରୁନାହାନ୍ତି ବୋଲି ଅଭିଯୋଗ କରିଥିଲେ । କିନ୍ତୁ ତାଙ୍କୁ ଫି ବାବଦକୁ ଟଙ୍କା ପାଠ କରିବାକୁ କୁହାଯାଇଛି । ତେଣୁ ଛାତ୍ରଛାତ୍ରୀମାନେ ସ୍ଥାୟୀ ଅଧ୍ୟାପକ ଏବଂ ପାଠ ପଢା ନାହିଁ ତ’ ଫି ନାହିଁ ବୋଲି ଦାବୀ କରିଥିଲେ । ଘଟଣାସ୍ଥଳରେ କଲେଜ ଅଧ୍ୟକ୍ଷା ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । କୋଭିଡ କଟକଣା ପାଇଁ ଶ୍ରେଣୀ ପାଠପଢ଼ା ହେଉ ନ ଥିବା ବେଳେ ଅସ୍ଥାୟୀ ଅଧ୍ୟାପକଙ୍କ ଦ୍ଵାରା ଅନ୍ ଲାଇନ୍ କ୍ଲାସର ସରକାରୀ ବ୍ୟବସ୍ଥା ନାହିଁ । ଏ ଅସୁବିଧା ଦୂର ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି ଓ ଏବେ ମଧ୍ୟ ଜଣାଇବେ ବୋଲି କହିଥିଲେ ।

Leave A Reply

Your email address will not be published.