csstore

ଅସହାୟ ଲୋକଙ୍କୁ ଅଇଁଲାସାରୀ ଗ୍ରାମ ପଞ୍ଚାୟତ ବଜରଙ୍ଗ ଦଳ ପକ୍ଷରୁ କମ୍ବଳ ବଣ୍ଟନ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସେବା ହିଁ ପରମ ଧର୍ମ । ସେବା ଦ୍ୱାରା ହିଁ ମାନବ ଜୀବନକୁ ସାର୍ଥକ କରିହୁଏ ବୋଲି ବିଜ୍ଞଜନମାନେ ମତ ଦିଅନ୍ତି । ଏହି କ୍ରମରେ ନିଜ ପାରିଶ୍ରମିକରୁ କିଛି ଅର୍ଥ ସମାଜସେବାରେ ସମର୍ପିତ କରିବା ପାଇଁ ଆଗେଇ ଆସିଛନ୍ତି ଅଇଁଲାସାରି ଗ୍ରାମ ପଞ୍ଚାୟତର ବଜରଂଗ ଦଳର ସଭ୍ୟମାନେ ।

ଅଇଁଲାସାରି ପଞ୍ଚାୟତର ଅସହାୟ ବୃଦ୍ଧବୃଦ୍ଧାଙ୍କୁ ବଜରଙ୍ଗ ଦଳର ସଭ୍ୟମାନେ କମ୍ବଳ, ସାବୁନ, ତେଲ, ଭେସଲିନ୍ ବଣ୍ଟନ କରି ସମାଜ ପାଇଁ ପାଲଟିଛନ୍ତି ଉଦାହରଣ । ଏହି କାର୍ୟ୍ୟକ୍ରମରେ ସନ୍ତୋଷ କର୍ମୀ, ପ୍ରସାନ୍ତ ମାଝୀ, ବୈଷ୍ଣବ ପଧାନ, କରମସାନୀ ଚନ୍ଦନ, ମନୋରଞ୍ଜନ ଭୁଏ, ସୁନିଲ ସାହୁ, କାହ୍ନା ଭୋଇ, ସନିତ ସାହୁ, ଦୁର୍ବାଦଳ ବିଶ୍ବାଳ, ଲକ୍ଷ୍ମୀକାନ୍ତ ମଲ୍ଲିକ, ରଘୁମଣି ପୋଢ଼, କାମନା ମଲ୍ଲିକ, ମୋତିଲାଲ ବିଶ୍ବାଳ, ହଂସରାଜ ବାଗ, ସୁରେଶ କମ୍ପ, ରଞ୍ଜନ ବରାଡ଼, ବିକ୍ରମ ମହାନ୍ତି, ରାହୁଲ ମହାକୁର, ବୁଲୁ ମହାକୁର ଯୋଗଦେଇ କମ୍ବଳ ବଣ୍ଟନ କାର୍ୟ୍ୟକ୍ରମକୁ ସୂଚାରୁ ରୂପେ ସମାପନ କରିଛନ୍ତି । ଆଗାମୀ ଦିନରେ ଏମିତି ସେବା କାମ ଜାରି ରହିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

jayashree
Leave A Reply

Your email address will not be published.