ବାଇକ୍ କାର୍ ମୁହାଁମୁହିଁ ଧକ୍କା : ୨ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କତରାପାଲି ଗାଁ ସାଇ ଢାବା ନିକଟରେ ବାଇକ୍ ଓ କାର୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ତେଲକୋଇ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ସଙ୍ଗେ ସଙ୍ଗେ କେନ୍ଦୁଝର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ପଟୁ ତେଲକୋଇ ଆଡକୁ ଗୋଟିଏ କାର ଆସୁଥିବା ବେଳେ ସାଇ ଢାବା ନିକଟରେ ଛିଡା ହୋଇଥିବା ଆଉ ଏକ କାରକୁ ଓଭରଟେକ୍ କରି ଯିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଜିତେନ୍ଦ୍ର ଦେହୁରୀଙ୍କ ଗୋଡ ଭାଙ୍ଗିଥିବା ବେଳେ ଅନ୍ୟ ଜଣେ ବିଭୀଷଣ ଦେହୁରୀ ଗୁରୁତର ହୋଇଛନ୍ତି । ଢାବା ପାଖରେ ପାର୍କିଂ ପାଇଁ ପର୍ଯ୍ୟାପ୍ତ ପରିମାଣରେ ସ୍ଥାନ ନଥିବା ବେଳେ ସେଠାରେ ଗାଡି ପାର୍କିଂ କରାଯାଉଥିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି । ପୋଲିସ ଏଥିପ୍ରତି ଧ୍ୟାନ ଦେବା ପାଇଁ ଦାବୀ କରାଯାଇଛି ।

Leave A Reply

Your email address will not be published.