ସାବଧାନ : ଦେଓଗାଁ ଅଞ୍ଚଳରେ ଘୁରି ବୁଲୁଛି ବାଇକ୍ ଚୋର, ଗୋଟିଏ ସପ୍ତାହରେ ଲୁଟି ନେଲେ ୨ ବାଇକ୍

ଦେଓଗାଁ, (ମନୀଷ କୁମାର ସାହୁ) : ପାର୍ବଣ ଋତୁରେ ଚାରିପଟରେ ଗହଲି ଲାଗିଥିବା ବେଳେ ଦେଓଗାଁ ଥାନା ଅଂଚଳରେ ଲୁଟେରାଙ୍କ ଗହଳି ବି ଲାଗି ରହିଛି । କେଉଁ ଯାତ୍ରାରୁ ପର୍ସ ମାରି ନେଇଛନ୍ତି ତ ପୁଣି କେଉଁଠୁ ବାଇକ୍ ଲୁଟି ନେଇଥିବାର ଘଟଣା ସାମ୍ନାକୁ ଆସିଛି । ଏପରି କି ଗୋଟିଏ ସପ୍ତାହରେ ଦୁଇଟି ବାଇକ୍ ଚୋରି ହୋଇଥିବାରୁ ଦେଓଗାଁବାସୀଙ୍କ ମଧ୍ୟରେ କୋକୁଆଭୟ ଦେଖାଦେଇଛି । ମିଳିଥିବା ସୂଚନା ଅନୁସାରେ, ଦେଓଗାଁ ଥାନାର ଖୋଦ ଦେଓଗାଁ ଓ କଛାରପାଲି ଗାଁରୁ ଦୁଇଟି ବାଇକ୍ ଚୋରି ହୋଇଥିବା ନେଇ ଦେଓଗାଁ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଗୋଟିଏ ବାଇକ୍ ଦୁର୍ଗାପୂଜା ଭସାଣୀ ଦିନ ଚୋରି ହୋଇଥିବା ବେଳେ ଆଉ ଗୋଟିଏ ବାଇକ୍ ଏହାର ୩ ଦିନ ପରେ ସୋନଗଡ ନଦୀକୁ ଗାଧୋଇ ଯାଇଥିବା ବେଳେ ଚୋରି ହୋଇଥିବା ଜଣାପଡିଛି । ବାଇକ୍ ଚୋରିକୁ ସପ୍ତାହେ ବିତି ଯାଇଥିଲେ ବି ପୁଲିସ ହାତ ଖାଲି ରହିଛି । ଯଦି ଥାନା ଥିବା ଗାଁରୁ ଦିନ ଦ୍ଵିପହରରେ ବାଇକ୍ ଚୋରି ହେଉଛି ତାହାଲେ ଜଙ୍ଗଲ ଘେରା ଗାଁଗୁଡ଼ିକ କେମିତି ଭାବରେ ସୁରକ୍ଷିତ ଥିବେ ତାକୁ ନେଇ ପ୍ରଶ୍ନବାଚି ସୃଷ୍ଟି କରିଛି । ଏଣୁ ବାଇକ୍ ଚୋରକୁ ଠାବ କରି ଦେଓଗାଁରେ ପୁଲିସ ପେଟ୍ରୋଲିଂ କଡାକଡି କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

15 + 1 =

error: Content is protected !!