csstore

ଆରପାରିରେ ଗାଇସିଲାଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମର ସୁରେଶ ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ସାହୁ ଗଙ୍ଗାଧର ମେହେର ଉଚ୍ଚ ବିଦ୍ୟାଳୟ ଦହିତାରୁ ଶିକ୍ଷକତା ଚାକିରି ଆରମ୍ଭ କରି ନିଜ ଜନ୍ମଭୂମି ତାଲପାଲି ଉଚ୍ଚ ବିଦ୍ୟାଳୟ ଓ ପରେ ପଦୋନ୍ନତି ପାଇ ଗାଇସିଲାଟରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରି କାର୍ଯ୍ୟ କରି ଆସୁଥିଲେ । ଦୀର୍ଘ ଛଅମାସ ଧରି ଚିକିତ୍ସିତ ହେବା ପରେ ଆଜି ମଧ୍ୟାହ୍ନ ୧୨ଟାରେ ଭୀମସାର ବୁର୍ଲାଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ତାଙ୍କର ମର ଶରୀର ତାଙ୍କ ଜନ୍ମମାଟି ତାଲପାଲିରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କ ବାସଭବନରେ ଗାଇସିଲାଟ ସ୍କୁଲର ସହକର୍ମୀ ତାଲପାଲି ଉଚ୍ଚ ବିଦ୍ୟାଳୟର ସହକର୍ମୀ ଶିକ୍ଷକ ଓ ବ୍ଲକର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ ଓ କର୍ମଚାରୀଗଣ, ଓଷ୍ଟା ସଂଗଠନର ପ୍ରତିନିଧି, ତାଙ୍କର ପୂର୍ବତନ ଛାତ୍ରଛାତ୍ରୀମାନେ ଏବଂ ଗ୍ରାମର ଶତାଧିକ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ସେ ଜଣେ ଆମାୟିକ ସରଳ ବ୍ୟକ୍ତତ୍ୱର ଅଧିକାରୀ ଥିଲେ । ଜଣେ କର୍ତ୍ତବ୍ୟ ନିଷ୍ଠ ଆଦର୍ଶ ଶିକ୍ଷକ ଓ ଶିକ୍ଷକ ନେତା ଥିଲେ । ସେ ଦୁଇ ଥର ଓଷ୍ଟା ସଂଗଠନର ବ୍ଲକ ସଂପାଦକ ରହିବା ସହ ଜିଲ୍ଲାସ୍ତରକୁ ପ୍ରତିନିଧିତ୍ୱ କରୁଥିଲେ । ତାଙ୍କ ଅନ୍ତିମ ସଂସ୍କାରରେ ଗ୍ରାମବାସୀଙ୍କ ସହ ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ । ତାଙ୍କ ପୁତ୍ର ଡ. ଶଶୀ ଭୂଷଣ ସାହୁ ମୁଖାଗ୍ନୀ ଦେଇଥିଲେ । ତାଙ୍କରି ବିୟୋଗରେ ବ୍ଲକ ଶିକ୍ଷାଧିକାରୀ ରାମଲାଲ ବରିହା ଶିକ୍ଷକ ନେତା ପ୍ରଶାନ୍ତ ହୋତା, ନବୀନ ବରିହା, ଶିକ୍ଷକ ରୁକ୍କଣ ଦିଶ୍ରୀ, ବିଶ୍ୱନାଥ ବେହେରା, ନିରୋଜ ପାଢୀ, ନରହରି ନାୟକ, ମନୋଜ ସାହୁ, ଉକିଲ ପାଣ୍ଡେ, ମୋହନ ରଣା, ବିଷ୍ଣୁ ଭୋଇ, ପର୍ଶୁରାମ ପଧାନ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.