
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟର ୧୯୭୦ ମାଟ୍ରିକ ବ୍ୟାଚ୍ ପୁରାତନ ଛାତ୍ରଛାତ୍ରୀମାନେ ସ୍ଥାନୀୟ ଅଞ୍ଚଳ ତଥା ଜିଲ୍ଲା ଓ ରାଜ୍ୟର ସାମଗ୍ରିକ ଉନ୍ନତି ତଥା ସମସ୍ତଙ୍କ କଲ୍ୟାଣ ନିମିତ୍ତ ନିକଟସ୍ଥ ସାନଟିକା ସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଜଳେଶ୍ୱର ମହାଦେବଙ୍କ ନିକଟରେ ପୂଜାର୍ଚ୍ଚନା କରିଥିବା ଜଣାଯାଇଛି । ଏହି ଅବସରରେ ସାମୂହିକ ଭାବେ ମହାଦେବଙ୍କ ଜଳାଶାୟୀ କରାଯିବା ସହିତ ଚଣ୍ଡୀ ମାତା, ପଞ୍ଚମୁଖୀ ହନୁମାନ ତଥା ପ୍ରଭୁ ଶ୍ରୀରାମଙ୍କ ଦରବାରରେ ସମସ୍ତେ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ମହତ କାର୍ଯ୍ୟରେ ପୁରାତନ ଛାତ୍ର ଦୁର୍ବାଷା ସାହୁ, ନଥୁଲାଲ ପ୍ରଧାନ, ଅର୍ଜୁନ ତ୍ରିପାଠୀ, ବଦ୍ରି ନାରାୟଣ ଅଗ୍ରୱାଲ, ଗୋପାଳ ସା, ଶିବ ବେହେରା, ବୀରକିଶୋର ସାହୁ, ଚୂଡ଼ାମଣୀ ବିଶ୍ୱାଳ, ସୁରେନ୍ଦ୍ର ପଣ୍ଡା, ବିଶିକେଶନ କୁଅଁର, ରତ୍ନମଣୀ ବହିଦାର ପ୍ରମୁଖ ସପରିବାର ଉପସ୍ଥିତ ରହି ଉତ୍ସାହର ସହିତ ପୂଜାର୍ଚ୍ଚନା କରିଥିଲେ ।