ଝିଙ୍କିଡୁଙ୍ଗୁରି ରାସ୍ତାଠାରେ ବାଇକ ମୁହାଁମୁହିଁ : ୧ ମୃତ, ୧ ଗୁରୁତର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଝିଙ୍କିଡୁଙ୍ଗୁରି ରାସ୍ତାଠାରେ ବାଇକ ମୁହାଁମୁହିଁ ହେବା ଫଳରେ ଜଣଙ୍କର ଘଟଣା ସ୍ଥାନରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ମତେ ବଲାଙ୍ଗିର ଜିଲ୍ଲା ବିଜାଖମନରୁ ଝିଙ୍କିଡୁଙ୍ଗୁରିକୁ ଭକ୍ତବନ୍ଧୁ ପାଣିଗ୍ରାହୀ ଆସୁଥିଲେ । ସେହି ସମୟରେ ଟିକ୍ରାପଡ଼ାରୁ ରେଙ୍ଗାଳବାହଲ ଗାଁକୁ ରୋହିତ ହରପାଳ ଆସୁଥିଲେ ହେଲେ ଦୁହିଁ ଜଣଙ୍କ ବାଇକ୍‌ ମୁହାଁମୁହିଁ ହୋଇଥିଲା ଫଳରେ ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅତି ଗୁରୁତର ହେବାରୁ ରୋହିତଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

5 × 5 =