pakka

ନାଗବାଚା ପୂଜା ଉଦ୍‌ଯାପିତ : ଦର୍ଶନ କଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କପିଲାସପୁର ଗ୍ରାମରେ ଦୁଇଦିନ ଧରି ନାଗବାଚା ପୂଜା ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ପୂଜାରେ ଗୁରୁ ମଧୁ ବାଗ, ମୋହନ ଚରଣ ବରିହା, ବିରାଟ ମାଝୀଙ୍କ ନେତୃତ୍ୱରେ କପିଲାସପୁରଠାରେ ନାଗବାଚାମାନେ ଦୀକ୍ଷା ଗ୍ରହଣ କରିଥିଲେ । ପ୍ରଥମ ଦିନରେ ନାଗ ବରଣ, ନାଗ ବାବାଙ୍କ ପୂଜା, ଦ୍ୱିତୀୟ ଦିନରେ ସେତୁ ବିଶାଣି ଔଷଧକୁ ନାଗବାଚାମାନେ ସେବନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଯୋଗଦାନ କରି ନାଗବାଚାଙ୍କ ଦର୍ଶନ କରି ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ହାଡୁ ସାହୁ, ପାଇକମାଲ ସାଂସଦ ପ୍ରତିନିଧି ବଳରାମ ସାହୁ, ପୁରୁଷୋତ୍ତମ ନାଏକ, ପୁରନ୍ଦର ସାହୁ, ଅମୂଲ୍ୟ ଦାଶ, ଧନଞୟ ପାଣ୍ତେ, ରାଜେନ୍ଦ୍ର ସେଠ ପ୍ରମୁଖ ଉପସ୍ଥିତ ଥିଲେ । ନାଗବାଚା ପୂଜାକୁ ଜୟ ପ୍ରକାଶ କରେଇ, ରାଧେଶ୍ୟାମ ବିଛି, ପବିତ୍ର କୁଅଁର, ନିର୍ମଳ ବାଗ, ହୃଷିକେଶ ଭୋଇ, ଲମ୍ବୋଦର ବାଗ, ଲକ୍ଷ୍ମଣ ବିଛି, ରୂପାଧର ବିଛି ସହଯୋଗ କରିବା ସହିତ ସୂଚାରୁରୂପେ ପୂଜାକୁ ସମ୍ପାଦନ କରିଥିଲେ । ନାଗବାଚା ପୂଜାରେ ଶତାଧିକ ଭକ୍ତଙ୍କ ସମାଗମ ହୋଇ ପ୍ରସାଦ ସେବନ କରାଯାଇଥିଲା ।

Leave A Reply

Your email address will not be published.

two × five =