pakka

ମହାଶକ୍ତି ଫାଉଣ୍ଡେସନର ଅଷ୍ଟାଦଶ ବାର୍ଷିକ ସମ୍ମିଳନୀ

ମ.ରାମପୁର, (ହେମନ୍ତ ସାହୁ) : ସ୍ଥାନୀୟ ସଞ୍ଚୟ ଶକ୍ତି ଭବନ ବୁରାଟଠାରେ ମହାଶକ୍ତି ଫାଉଣ୍ଡେସନର ଅଷ୍ଟାଦଶ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସମ୍ମିଳନୀକୁ ଉଦ୍‌ଘାଟନ କରିଥିବା ବେଳେ କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇ ମହାଶକ୍ତିର ଦୀର୍ଘ ଅଠର ବର୍ଷର ଯାତ୍ରା ସଂପର୍କରେ କହିଥିଲେ । ପରିଚାଳନା ନିର୍ଦ୍ଦେଶକ ତାଙ୍କ ବକ୍ତବ୍ୟରେ କହିଥିଲେ କି, ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ମହାଶକ୍ତି ଫାଉଣ୍ଡେସନ ୨୦୦୪ ମସିହାରେ ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀ/ମହାସଂଘଗୁଡ଼ିକର ମହିଳାମାନଙ୍କୁ ନେଇ ପ୍ରତିଷ୍ଠା ହୋଇଥିଲା । ଅନୁଷ୍ଠାନ ଆଜି ଓଡିଶାର ୧୩ ଗୋଟି ଜିଲ୍ଲାରେ ୨ ଲକ୍ଷ ଆର୍ଥିକ ଅନଗ୍ରସର ପରିବାରଗୁଡ଼ିକର ଜୀବନ ଜୀବିକାର ବିକାଶ ଦିଗରେ କାର୍ଯ୍ୟ କରୁଛି । ଅନୁଷ୍ଠାନର ବିଭିନ୍ନ ସ୍ଥାୟୀ ଜୀବିକା ବିକାଶ ଯୋଜନା ହିତାଧିକାରୀଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରିଛି ଯାହା ଆମକୁ ଆଜି ଏକ ସ୍ବତନ୍ତ୍ର ପରିଚୟ ଦେଇ ପାରିଛି । ସମସ୍ତ କର୍ମକର୍ତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମ, ନିଷ୍ଠାପର ତ୍ୟାଗ, ସାଧୁତା ତଥା ସଚ୍ଚୋଟତା ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ସେ ଅନୁଷ୍ଠାନକୁ ସହାୟତା ପ୍ରଦାନ କରୁଥିବା ସମସ୍ତ ସରକାରୀ, ବେସରକାରୀ ତଥା ଆନ୍ତର୍ଜାତିକ ଅନୁଷ୍ଠାନ, ଗଣଗୁଡ଼ିକୁ ସାଧୁବାଦ୍ ଜଣାଇଥିଲେ । ଉପସ୍ଥିତ ସମସ୍ତ ମଞ୍ଚାସୀନ କର୍ମକର୍ତ୍ତା ତଥା ସାମାଜିକ ପ୍ରକଳ୍ପଗୁଡ଼ିକର ପରିଚାଳକ ଗଣ ନିଜ ନିଜ ଅଭିଜ୍ଞତା ବାଣ୍ଟିବା ସହିତ ମହାଶକ୍ତିର କାର୍ଯ୍ୟ ସଂସ୍କୃତିକୁ ଉଚ୍ଚ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୋର୍ଡ ସଭ୍ୟ ଜ୍ୟୋତିରଞ୍ଜନ ମହାପାତ୍ର ବରିଷ୍ଠ କର୍ମକର୍ତ୍ତା ବିମଳ କାନ୍ତ ପଣ୍ଡା, ହୃଷିକେଶ ସାହୁ ତଥା ବିଭିନ୍ନ ସାମାଜିକ ପ୍ରକଳ୍ପର ପ୍ରକଳ୍ପ ପରିଚାଳକ ଓ ଅତିରିକ୍ତ ପରିଚାଳକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସର୍ବ ଶେଷରେ କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

5 − 3 =