ସିଭିଲକୋର୍ଟ ଓକିଲ ସଂଘର ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ : ସିଭିଲକୋର୍ଟ ବିଜୟୀ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ସିଭିଲକୋର୍ଟ କର୍ମଚାରୀ ଏବଂ ଓକିଲ ସଂଘର ସଭ୍ୟମାନଙ୍କ ମଧ୍ୟରେ ରବିବାର ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଥିଲା । ଏହା ସ୍ଥାନୀୟ ରେଲବାଇ ଷ୍ଟାଡିୟମରେ ହୋଇଥିଲା । ୨୦-୨୦ ଓଭର ଟୁର୍ଣ୍ଣାମେଂଟ ହୋଇଥିଲା । ପ୍ରଥମେ ଟସ୍‌ ଓକିଲ ସଂଘ ଜିତିଲା ପରେ ବ୍ୟାଟିଂଗ କରିଥିଲେ । ୨୦ ଓଭରରେ ୮୨ ରନ୍‌ କରି ଅଲଆଉଟ ହୋଇଥିବା ବେଳେ ସିଭିଲକୋର୍ଟ କର୍ମଚାରୀ ୧୬ ଓଭରରେ ନିଜର ଟାର୍ଗେଟ କରି ବିଜୟୀ ହୋଇଥିଲେ । ବିଜେତା ଦଳକୁ ୱିନର କପ୍‌ ଏବଂ ଉପବିଜେତା ଦଳକୁ ରନର କପ ପ୍ରଦାନ କରାଯାଇଥିଲା । ଏହି ମ୍ୟାଚରେ ବେଷ୍ଟ ବୋଲର ଭାବେ ସବ୍‌ ଜଜ୍‌ ପରିତୋଷ ସେଠିଙ୍କୁ କପ୍‌ ପ୍ରଦାନ କରାଯାଇଥିଲା । ସିଭିଲ କୋର୍ଟ କ୍ୟାପଟେନ ଏ.ଡି.ଜେ. ହିମାଂଶୁ ଶେଖର ମଲ୍ଲିକ ଏବଂ ଓକିଲ ସଂଘର କ୍ୟାପଟେନ ଏସ୍‌.ଜଗନ୍ନାଥ ରାଓଙ୍କ ନେତୃତ୍ୱରେ ହୋଇଥିବା ବେଳେ ଆଇନଜୀବୀ ସମିମ ଖାନ ଏବଂ ସୁମିତ ଦଲାଇ ଖେଳ ଆମ୍ପାୟାର ଭାବେ ପରିଚାଳନା କରିଥିଲେ ।

Leave A Reply

Your email address will not be published.

3 × 1 =

error: Content is protected !!