ଓମ ଭ୍ୟାଲି ଜୁନିଅର ୱିଂଙ୍ଗସରେ ବିଜ୍ଞାନ ମେଳା ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ହେଉଛି ଓମ୍‌ ଭ୍ୟାଲି ସ୍କୁଲ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓମ ଭ୍ୟାଲି ସ୍କୁଲ ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍କୁଲର ଚେୟାରମେନ ଦୀପକ ସାହୁ, ଭାଇସ ଚେୟାରମେନ ଶ୍ରୀମତୀ ସଙ୍ଗୀତା ସାହୁ, ସ୍କୁଲ ଅଧ୍ୟକ୍ଷ ମହେଶ୍ଵର ପ୍ରସାଦ ମିଶ୍ର, ବିଚାରପତି ଭାବେ ବିଜ୍ଞାନ ଶିକ୍ଷକ ପ୍ରଦୀପ କୁମାର ମିଶ୍ର ଯୋଗ ଦେଇଥିଲେ । ଜୁନିଅର ୱିଙ୍ଗସର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପାଖାପାଖି ୪୩ ଗୋଟି ପ୍ରୋଜେକ୍ଟ ପ୍ରସ୍ତୁତ କରି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ପ୍ରୋଜେକ୍ଟ ଗୁଡ଼ିକର ମୂଲ୍ୟାଙ୍କନ ତଥା ସଫଳ ବିଦ୍ୟାର୍ଥୀଙ୍କୁ ଚୟନ କରିବା ପାଇଁ ବିଚାରପତି ଭାବେ ବିଜ୍ଞାନ ଶିକ୍ଷକ ପ୍ରଦୀପ କୁମାର ମିଶ୍ର ବିଦ୍ୟାର୍ଥୀଙ୍କୁ ବିଭିନ୍ନ ପ୍ରୋଜେକ୍ଟ ବିଷୟରେ କିଭଳି କାର୍ଯ୍ୟ କରେ ସେ ବିଷୟରେ ବୁଲି ବୁଲି ପଚାରି ବୁଝିଥିଲେ । ଆସିଥିବା ଅତିଥି ମାନେ ମଧ୍ୟ ବୁଲି ବୁଲି ଛୋଟ ଛୋଟ ଛାତ୍ର ଛାତ୍ରୀମାନଙ୍କୁ ପଚାରି ବୁଝିବା ସହ ସେମାନଙ୍କୁ ଉତ୍ସାହିତ କରିବା ଦେଖିବାକୁ ମିଳିଥିଲା । ଏହି ବିଜ୍ଞାନ ମେଳାକୁ ଦେଖିବା ପାଇଁ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ, ଓମ୍‌ ଭ୍ୟାଲି ସିନିଅର ୱିଂଙ୍ଗସ ଛାତ୍ରଛାତ୍ରୀମାନେ ମଧ୍ୟ ଦେଖିବାକୁ ଆସିଥିଲେ । ଏହି ବିଜ୍ଞାନ ମେଳାକୁ ପରିଚାଳନା କରିବାରେ ସ୍କୁଲର କୋର୍ଡି ନେଟର ନିଶି ବେରୀ, ଶିକ୍ଷକ ଅନୁପ ଚୌହାନ, ଅଲିଭା ସାହୁ, ବିନା ଗଡତିୟା, କଳ୍ପନା ପୁରୋହିତଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.