csstore

ବିଦ୍ୟାଳୟର ଶହେ ବର୍ଷ ପୂର୍ତ୍ତି ଉତ୍ସବ ପ୍ରସ୍ତୁତି ଚାଲିଥିବା ବେଳେ ପାଠପଢିବା ପାଇଁ ଶ୍ରେଣୀ କୋଠରୀ ନଥିବା ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ଅଧିନସ୍ଥ କେର୍ମଲି ଗ୍ରାମରେ ୧୯୨୩ ମସିହାରେ ପ୍ରତିଷ୍ଠିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ତାର ଶହେ ବର୍ଷ ପୂର୍ତ୍ତ ଉତ୍ସବ ପାଳନ ପାଇଁ ପୁରାତନ ଛାତ୍ର ସଂଘ, ଗ୍ରାମ୍ୟ କମିଟି, ସ୍କୁଲ ପରିଚାଳନା କମିଟି ବ୍ୟାପକ ପ୍ରସ୍ତୁତି ଚଲାଇଥିବା ବେଳେ ବିଦ୍ୟାଳୟର ଚରମ ଅବ୍ୟବସ୍ଥା ରାଜ୍ୟ ସରକାରଙ୍କ ୫ଟି ସଂସ୍ଥା ପ୍ରତି ଚରମ ଉପହାସ କରୁଛି । ୫ଟି ଜରିଆରେ ସାରା ରାଜ୍ୟରେ ଶିକ୍ଷାର ମାନ ବୃଦ୍ଧି ସହ ବଡ ବଡ କୋଠରୀ ନିର୍ମାଣ ଚାଳିଥିବା ଦାବୀ କରା ଯାଉଥିବା ବେଳେ କେର୍ମଲି ବିଦ୍ୟାଳୟ ଯେଉଁଠାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟ୍‌ନ୍ତ ଦୁଇ ଶହ ତିନି ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି କିନ୍ତୁ ପିଲାଙ୍କ ପାଠ ପଢିବା ପାଇଁ ବିଦ୍ୟାଳୟ କୋଠରୀ ନାହିଁ । ବାରଣ୍ଡାରେ ୨ ଟି ଶ୍ରେଣୀ ପାଠପଢା ଚାଲୁଥିବା ବେଳେ ଗୋଟିଏ କୋଠରୀରେ ୨ଟି ଶ୍ରେଣୀ ପିଲାମାନେ ପାଠ ପଢୁଛନ୍ତି । ଗାଇସିଲେଟ ବ୍ଲକ ଜରିଆରେ ଗୋଟିଏ ନୂତନ କୋଠା ନିର୍ମାଣ ପାଇଁ ଗତ ୪ ମାସ ତଳେ ପୁରୁଣା କୋଠାଘର ଭାଙ୍ଗି ଦେଇ ବ୍ଲକ ଜେଇ ଶୁଭ ଦେବା ପରେ ରାଜନୈତିକ କାରଣରୁ ସେ କୋଠରୀର କାର୍ଯ୍ୟ ଆରମ୍ଭ ହୋଇନାହିଁ । ଦୁଇଶହରୁ ଅଧିକ ଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣ କିଭଲି ସମ୍ଭବ ବୋଲି ଅଭିଭାବକ ମାନେ ଚିନ୍ତା ବ୍ୟକ୍ତ କରିଛନ୍ତି ।

jayashree
Leave A Reply

Your email address will not be published.