om academy

ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଆୟୋଜିତ

ଚୌଦ୍ୱାର : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଜ୍ଞାନ ବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି । ପରିଚାଳନା କମିଟି ସଭାପତି ସ୍ୱପ୍ନା ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଗୋଖଲେ ଆଦର୍ଶ ମହାବିଦ୍ୟାଳୟର ଅଧ୍ୟାପକ ଉତ୍ତମ କୁମାର ଦାସ ଉଦ୍‍ଘାଟନ କରି ଦୈନନ୍ଦିନ ଜୀବନରେ ବିଜ୍ଞାନର ଉପଯୋଗିତା ଓ ଏହାର ବ୍ୟବହାର ସମ୍ପର୍କରେ ପିଲାମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଆଚାର୍ଯ୍ୟ ବାଣୀ ଭୂଷଣ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ପରିପ୍ରେକ୍ଷୀରେ ଆୟୋଜିତ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, ଗଣିତ ପ୍ରଶ୍ନ ମଞ୍ଚ, ପତ୍ର ବାଚନ, ଗଣିତ ପ୍ରୟୋଗ, ସଂସ୍କୃତି ଜ୍ଞାନ ଇତ୍ୟାଦି କାର୍ଯ୍ୟକ୍ରମରେ ବିଦ୍ୟାଳୟର ୪୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସମର କୁମାର ଚୌଧୁରୀ, ସଂକୁଳ ପ୍ରମୁଖ ବଂଶୀଧର କାଣ୍ଡି, ହିମାଂଶୁ ଭୂଷଣ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ ।ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

four × one =