pakka

ସମ୍ବଲପୁର, ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ୪ ଦିନ ବିଦ୍ୟୁତ୍‌ କାଟ

bbehera

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସମ୍ବଲପୁର ଚିପିଲିମା ପାୱାର ହାଉସ୍‌ରେ ମରାମତି କାମ ଯୋଗୁ ସମ୍ବଲପୁର ଓ ବରଗଡ ଜିଲାର ବିଭିନ୍ନ ଅଞ୍ଚଳରେ ୪ ଦିନ ବିଦ୍ୟୁତ୍‌ ଯୋଗାଣ ପ୍ରଭାବିତ ହେବ । ଓଏଚ୍‌ପିସି ପକ୍ଷରୁ ଚିପିଲିମାରେ ପାୱାର ଟ୍ରାନ୍ସଫର୍ମରରେ ୧୨.୫ ଏମ୍‌ଭିଏ କ୍ଷମତା ବିଶିଷ୍ଟ ନୂଆ ପାୱାର ବ୍ରେକର ସ୍ଥାପନ କରାଯିବ । ଏହି କାରଣରୁ ୭ ତାରିଖ ସକାଳ ୮ଟାରୁ ୧୦ ତାରିଖ ଅପରାହ୍ନ ୫ଟା ପର୍ୟ୍ୟନ୍ତ ସମ୍ବଲପୁର ସର୍କଲର ଗୋଶାଳା, ଚିପିଲିମା, ଧମା, କୁଦଗୁଣ୍ଡେରପୁର, ହାତୀବାରି, ତୁଲୁଣ୍ଡି ଓ ଯୁଯୁମୁରା ଅଞ୍ଚଳ ଏବଂ ବରଗଡ ସର୍କଲର ଖୁଣ୍ଟୁଲିପାଲି, ଗଣ୍ଡତୁରୁମ, ମହୁଲପାଲି ଓ ଧାତୁକପାଲି ଅଞ୍ଚଳରେ ବିଦ୍ୟୁତ୍‌ ଯୋଗାଣ ପ୍ରଭାବିତ ହେବ । ପ୍ରତି ୩ ଘଣ୍ଟାରେ ଥରେ ଏକଘଣ୍ଟା ପର୍ୟ୍ୟନ୍ତ ବିଦ୍ୟୁତ୍‌ ଯୋଗାଣ ବନ୍ଦ ରହିବ ବୋଲି ଟିପିଡବ୍ଲ୍ୟୁଓଡିଏଲ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଅଞ୍ଚଳକୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ୨୪ ମେଗାୱାଟ ବିଦ୍ୟୁତ୍‌ ଯୋଗାଣର ଆବଶ୍ୟକତା ଥିବାବେଳେ ଓଏଚ୍‌ପିସି ଏହି ଅବଧି ମଧ୍ୟରେ ମାତ୍ର ୧୬ ମେଗାୱାଟ ବିଦ୍ୟୁତ୍‌ ଯୋଗାଇବ । ତଥାପି ଓଏଚ୍‌ପିସି ସହିତ ଯୋଗସୂତ୍ର ରକ୍ଷା କରି ପ୍ରତି ୨୪ ଘଣ୍ଟାରେ ସର୍ବାଧିକ ୬ ଘଣ୍ଟା ମଧ୍ୟରେ ବିଦ୍ୟୁତ କାଟ୍‌ କରିବା ପାଇଁ ଚେଷ୍ଟା କରାଯିବ ବୋଲି ଟିପିଡବ୍ଲ୍ୟୁଓଡିଏଲ୍‌ ପକ୍ଷରୁ କର୍ପୋରେଟ୍‌ କମ୍ୟୁନିକେଶନ୍‌ ମୁଖ୍ୟ ମନୋଜ ପଟ୍ଟନାୟକ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

one − one =

error: Content is protected !!