pakka

ବଲାଙ୍ଗିର ଜିଲ୍ଲାରେ ଆଶୀର୍ବାଦ ଯୋଜନା ତୁରନ୍ତ କାର୍ଯ୍ୟକାରୀ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଆଶୀର୍ବାଦ ଯୋଜନା କାର୍ଯ୍ୟକାରିତା ସଂପର୍କରେ ଏକ ସଚେତନତା ସଭା ଭର୍ଚ୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂହ, ଜିଲ୍ଲାପାଳ, ସମସ୍ତ ଉପ-ଜିଲ୍ଲାପାଳ, ସିଡିଏମ୍‌ଓ, ଡିଡବ୍ଲୁଓ, ବିଏସ୍‌ଏସ୍‌ଓ, ଡିପିଓ, ଡିପିଏମ୍‌ ଏନ୍‌ଆରଏଚ୍‌ଏମ୍‌, ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲାର ସମସ୍ତ ବିଡଓ, ତହସିଲଦାର, ସିଡିପିଓ, ଜିପିଓ, ବିଏସ୍‌ଏସ୍‌ଓ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଓ ସଭ୍ୟ, ଚାଇଲ୍ଡ ଲାଇନର କର୍ମକର୍ତ୍ତାଙ୍କୁ ସ୍ୱାଗତ ଜଣାଇବା ସହ ସରକାରଙ୍କ ଆଶୀର୍ବାଦ ଯୋଜନା ସଂପର୍କରେ ପୁଙ୍ଖାନୁପୁଙ୍ଖ ଉପସ୍ଥାପନ କରି ବୁଝାଇଥିଲେ । ୧ ଏପ୍ରିଲ ୨୦୨୦ ବା ତଦ୍‌ପରେ ଉଭୟ ପିତା ଓ ମାତା ଅଥବା ପିତା କିମ୍ବା ମାତାଙ୍କୁ ହରାଇଥିବା ସମସ୍ତ ୧୮ ବର୍ଷରୁ କମ୍‌ ଶିଶୁଙ୍କୁ ପ୍ରଶାସନ ତତ୍‌କ୍ଷଣାତ୍‌ ଯତ୍ନ ଓ ସୁରକ୍ଷା ଯୋଗାଇ ଦେବାର ଗୁରୁ ଦାୟିତ୍ୱ ରହିଛି । ଏ ସମୟ ମଧ୍ୟରେ କୌଣସି ୧୮ ବର୍ଷରୁ କମ୍‌ ଶିଶୁ ପିତା-ମାତା ଅବା ପିତା କିମ୍ବା ମାତାଙ୍କୁ ହରାଇଥିଲେ ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟ, ବସ୍ତ୍ର ଓ ଆବଶ୍ୟକୀୟ ଜିନିଷ ବିଡିଓ ଓ ତହସିଲଦାର ନିଶ୍ଚିତ ଭାବେ ବ୍ୟବସ୍ଥା କରିବେ ବୋଲି ଜିଲ୍ଲାପାଳ କହିଥିଲେ । ମୃତ୍ୟୁ ପ୍ରମାଣପତ୍ର ଜିଲ୍ଲାରେ ବା ରାଜ୍ୟର କୌଣସି ଜିଲ୍ଲାରେ ହୋଇଥିଲେ ସିଡିଏମ୍‌ଓ, ମେଡିକାଲ ଅଫିସର, ତହସିଲଦାର ତୁରନ୍ତ ବ୍ୟବସ୍ଥା କରିବେ । ବ୍ୟାଙ୍କ ପାସ୍‌ବହି, ଶୁଖିଲା ଖାଦ୍ୟ ବିଡିଓ ବ୍ୟବସ୍ଥା କରିବେ । ଶିଶୁମାନଙ୍କର ସାମାଜିକ ସର୍ବେକ୍ଷଣ ବିବରଣୀ ସିଡିପିଓ / ସୁପରଭାଇଜର ପ୍ରସ୍ତୁତ କରିବେ । ଶିଶୁଙ୍କର ଜନ୍ମ ପ୍ରମାଣପତ୍ର ଅଙ୍ଗନୱାଡି କର୍ମୀ, ସ୍କୁଲ ଶିକ୍ଷକ, ମେଡିକାଲ ଅଫିସର ବନ୍ଦୋବସ୍ତ କରିବେ । ଏ ସଂପର୍କରେ ବିଶେଷ ସଚେତନତା ପାଇଁ ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ମ୍ୟୁନିସିପାଲିଟି ଓ ଏନ୍‌ଏସି କାର୍ଯ୍ୟାଳୟରେ ଆଶୀର୍ବାଦ ଯୋଜନାର ଉଲି୍ଲଖିତ ବିବରଣୀ ଟଙ୍ଗା ଯାଇ ଜନ ସଚେତନତା ସୁନିଶ୍ଚିତ କରାଯିବା ପାଇଁ ଜିଲ୍ଲାପାଳ ଶ୍ରୀ ରାଣା ନିର୍ଦ୍ଦେଶ ଦେଇଥିଲେ । ଶେଷରେ ଜିଲ୍ଲାରେ କୌଣସି ବି ଯୋଗ୍ୟ ଶିଶୁ ଆଶୀର୍ବାଦ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା, ସ୍ୱାସ୍ଥ୍ୟ ଯୋଜନାରୁ ବଂଚିତ ହେବେ ନାହିଁ ଓ ଏହାର ସୁଫଳ ପାଇଁ ଜନପ୍ରତିନିଧି, ମୁଦ୍ରଣ ଓ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମ ତଥା ଜନସାଧାରଣଙ୍କର ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ଜିଲ୍ଲାପାଳ କହିଥିଲେ ।

jay balangir
Leave A Reply

Your email address will not be published.

eight + three =

error: Content is protected !!