pakka

ବାଂଲାଦେଶ : ରେକର୍ଡ ସଂଖ୍ୟକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ସରକାରଙ୍କୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ପାଇଁ ବାଧ୍ୟ କଲା

bbehera

ଢାକା : ବାଂଲାଦେଶର କୋଭିଡ -୧୯ ଯୋଗୁଁ ଗୋଟିଏ ଦିନରେ ରେକର୍ଡ ୧୬୪ ମୃତ୍ୟୁ ଏବଂ ୯,୯୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାର ଜୁଲାଇ ୧୪ ପର୍ଯ୍ୟନ୍ତ ଏକ ସପ୍ତାହ ଯାଏ ଦେଶବ୍ୟାପୀ ଲକ୍‌ଡାଉନ୍‌ ପାଇଁ ଏକ ପ୍ରକାର ବାଧ୍ୟ ହୋଇଛନ୍ତି । ଅଧିକାରୀଙ୍କ ଅନୁଯାୟୀ, ଦେଶରେ କରୋନା ସଂକ୍ରମଣ ହେତୁ ଏ ପର୍ଯ୍ୟନ୍ତ ୧୫,୨୨୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯,୫୪,୮୮୧ ଜଣ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି ।

ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକଙ୍କ ମୁଖପାତ୍ର ନଜମୁଲ ଇସଲାମ କହିଛନ୍ତି ଯେ, ଦିନକରେ ୧୬୪ ଜଣଙ୍କ ମୃତ୍ୟୁ ସହିତ କୋଭିଡ -୧୯ରେ ମୃତ୍ୟୁ ସଂଖ୍ୟା ୧୫,୨୨୯କୁ ବୃଦ୍ଧି ପାଇଛି । ଏଥି ସହିତ, ୯,୯୬୪ ନୂଆ ଆକ୍ରାନ୍ତ ଚିହ୍ନଟ ସହିତ ୨୪ ଘଂଟା ମଧ୍ୟରେ ସଂକ୍ରମଣ ହାର ୨୯.୩୦ ପ୍ରତିଶତକୁ ବୃଦ୍ଧି ପାଇଛି । ସରକାରୀ ଆକଳନ ଅନୁଯାୟୀ ସୋମବାର ଦିନ ଦେଶରେ କରୋନା ସଂକ୍ରମଣ ହେତୁ ସର୍ବାଧିକ ଦିନକରେ ୧୬୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାପୂର୍ବରୁ ଜୁଲାଇ ୪ରେ ୧୫୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

jay balangir
Leave A Reply

Your email address will not be published.

four × 5 =

error: Content is protected !!