pakka

ପାଇକମାଲ ଯୋଗାଣ ଅଧିକାରୀଙ୍କ ବିଦାୟ ସମ୍ବର୍ଦ୍ଧନା ସଭା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଯୋଗାଣ ସହାୟକଙ୍କ ଦ୍ଵାରା ଏକ ଗୁରୁତ୍ୱପୂର୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ବ୍ଲକ ଯୋଗାଣ ସହାୟକ ସଂଘ ସଭାପତି କନକଲତା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ରଜନୀକାନ୍ତ ସାହୁ ସଭା ପରିଚାଳନା କରିଥିଲେ । ପାଇକମାଲ ବ୍ଲକ ଯୋଗାଣ ଅଧିକାରୀ ଜୟାନନ୍ଦ ମାଝୀଙ୍କ ଅବସର ଗ୍ରହଣ ଉପଲକ୍ଷେ ଅନୁଷ୍ଠିତ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଯୋଗାଣ ସହାୟକ ମାନେ ନିଜ ନିଜ ଅନୁଭୂତି ଓ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟ କୁଶଳତା, ବ୍ୟବହାର, ନିଷ୍ଠାପର କର୍ତ୍ତବ୍ୟ, ଦାୟିତ୍ୱବୋଧ ଭୂମିକା ଓ ସୁସମ୍ପର୍କ ସହ ସରଳ ବ୍ୟକ୍ତିତ୍ଵ ମଣିଷ ପଣିଆ ଉପରେ ଯୋଗାଣ ସହାୟକ ମାନେ ବର୍ଣ୍ଣନା ବେଳେ ସମସ୍ତଙ୍କ ମଧ୍ୟରେ ଭାବାବିହ୍ୱଳ ପରିସ୍ଥିତି ଦେଖାଦେଇଥିଲା । ଅବସରପ୍ରାପ୍ତ ବିଦାୟୀ ଯୋଗାଣ ଅଧିକାରୀ ଶ୍ରୀ ମାଝୀ ମଧ୍ୟ ତାଙ୍କ ପ୍ରତି ପାଇକମାଲ ବ୍ଲକ୍ ଯୋଗାଣ ସହାୟକମାନଙ୍କ ବ୍ୟବହାର ଓ ସୁସମ୍ପର୍କ ଚିରଦିନ ମନେ ରଖିବେ ବୋଲି ଅଭିବ୍ୟକ୍ତ ପ୍ରଦାନ କରି ବିଦାୟ ନେଇ ଯୋଗାଣ ସହାୟକଙ୍କ ଉପଢୌକନ ଓ ପୁଷ୍ପଗୁଚ୍ଛ ଗ୍ରହଣ କରିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ରୂପେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଅନିଲ ପାଣିଗ୍ରାହୀ ମଧ୍ୟ ଯୋଗ ଦେଇ ଯୋଗାଣ ବିଭାଗର ଦାୟିତ୍ଵବୋଧ କର୍ତ୍ତବ୍ୟକୁ ଯୋଗାଣ ଅଧିକାରୀ ଶ୍ରୀ ମାଝୀ ବାବୁ ଠିକ୍‌ ରୂପେ ପରିଚାଳନା କରି ପାରିଥିଲେ । ତାଙ୍କ ପରାମର୍ଶ ଓ ନିର୍ଦ୍ଦେଶ କ୍ରମେ ଯୋଗାଣ ସହାୟକ ମାନେ ମଧ୍ୟ ଠିକ୍ ରୂପେ କାର୍ଯ୍ୟ ସମ୍ପାଦନା କରି ଆଜି ପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇ ନ ଥିବାରୁ ପ୍ରଶଂସା କରିଥିଲେ । ଅନ୍ୟତମ ନୂତନ ଭାବେ ଯୋଗ ଦେବାକୁ ଥିବା ଯୋଗାଣ ଅଧିକାରୀ ପ୍ରମୋଦ କୁମାର ପଣ୍ଡା ମଧ୍ୟ ଯୋଗଦେଇ ଏପରି କାର୍ଯ୍ୟ କରିଥିବା ବିଦାୟୀ ଯୋଗାଣ ଅଧିକାରୀ ଓ ଯୋଗାଣ ସହାୟକ ମାନେ ମଧ୍ୟ ଠିକ୍ ରୂପେ କାର୍ଯ୍ୟ କରିବା ପାଇଁ ଯେପରି ତତ୍ପରତା ପ୍ରକାଶ କରୁଥିଲେ । ତାଙ୍କ ସମୟରେ ମଧ୍ୟ ସେହିପରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ରୂପେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ପୂର୍ବତନ ଆବାହକ ତଥା ପ୍ରକୃତି ବନ୍ଧୁ ସାମ୍ବାଦିକ ଧିରେନ ମହାନ୍ତି ଯୋଗଦେଇ ବିଦାୟୀ ଯୋଗାଣ ଅଧିକାରୀଙ୍କ ଭୂମିକା ଉପରେ ଆଲୋକପାତ କରି ଯୋଗାଣ ସହାୟକ ମାନେ କିପରି ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଠିକ୍‌ ରୂପେ ସମ୍ପାଦନା କରିବେ ଓ ସାଧାରଣ ଜନତାଙ୍କ ସହ ସୁସମ୍ପର୍କ ସ୍ଥାପନ କରି ପ୍ରିୟଭାଜନ ହୋଇ ପାରିବେ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଏହି ବିଦାୟକାଳୀନ ସଭା ଅବସରରେ ନୂତନ ଯୋଗାଣ ଅଧିକାରୀ ପଣ୍ଡାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ ପୂର୍ବକ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଏହି ସଭାରେ ବ୍ଲକ୍‌ର ସମସ୍ତ ଯୋଗାଣ ସହାୟକ/ସହାୟିକା ଓ ସ୍ଵଂୟ ସହାୟକ ଗୋଷ୍ଠୀ ସଭାପତି ମଧ୍ୟ ଯୋଗଦେଇ ଥିଲେ । ପରିଶେଷରେ ଯୋଗାଣ ସହାୟକ ସୀତାକାନ୍ତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

6 + five =

error: Content is protected !!