pakka

ମାଇକଲ୍‌ ବିଅର ଫ୍ୟାକ୍ଟ୍ରିରେ ଜଣେ ମୃତ : ଘଟଣା ଚପାଇ ଦେବାକୁ ଚାଲିଛି ଉଦ୍ୟମ

bbehera

ବେଲପଡା, (କରୁଣାକର ବୁଡେକ) : ବେଲପଡା ଥାନା ନୁନହାଡ ପାଖରେ ଥିବା ମାଇକଲ୍‌ ବିୟର ପ୍ୟାକ୍ଟ୍ରି ଭିତରେ କାମ କରୁଥିବା ବେଳେ ଜଣେ ଇଲେକ୍ଟ୍ରିସିଆନଙ୍କ ମୃତ୍ୟ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ନୁନହାଡ ଗାଁର ବିଶ୍ୱନାଥ ହଂସ (୩୮) । ସେ ଫ୍ୟାକ୍ଟ୍ରି ଭିତରେ ପଲିଙ୍ଗ ପ୍ଲାଣ୍ଟରେ ୧୫ଫୁଟ ଉଚ୍ଚତାରେ କାମ କରୁଥିବା ବେଳେ ଖସିପଡି ପଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ପରେ ଘଟଣାକୁ ଚପାଇ ଦେବାକୁ ପରିବାର ଲୋକଙ୍କୁ ଲକ୍ଷାଧିକ ଟଙ୍କା ଯାଚୁଥୁବା ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ନୁନହାଡ ଗାଁର ବିଶ୍ୱନାଥ ହଂସ ୧୦ ବର୍ଷଧରି ନୁନହାଡ ମାଇକଲ ବିୟର ଫ୍ୟାକ୍ଟ୍ରିରେ କାମ କରୁଥୁଲେ । ସେ ଜଣେ କୁଶଲି ଶ୍ରମିକ ହେବା ସତ୍ୱେ ଫ୍ୟାକ୍ଟ୍ରି ମାଲିକ ତାଙ୍କୁ ମାସକୁ ୬ ହଜାର ଟଙ୍କାର ଲୋଭ ଦେଖାଇ ଅଣକୁଶଲି ଭାବେ ନିୟୋଜିତ କରି କାମ କରାଉଥିଲେ ବୋଲି ପରିବାର ଲୋକେ ଅଭିଯୋଗ କହିଛନ୍ତି । ବିଶ୍ୱନାଥ ଘରର ଏକମାତ୍ର ମୁରବି ହିସାବରେ କାମ କରି ପରିବାର ପ୍ରତିପୋଷଣ କରୁଥଲେ । ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ତାଙ୍କର ୨ଟି ଶିଶୁ ଥିବା ଜଣାପଡିଛି । ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

1 × 4 =

error: Content is protected !!