jsm

ଏସ୍‌.ଆଇ.ଆର୍‌ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗିର ସିଭିଲ ସୋସାଇଟି

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବତ୍ତର୍ମାନ ସାରା ଦେଶରେ ଜନଗଣନା ଓ ଏସ୍‌ଆଇଆର୍‌(ସ୍ୱତନ୍ତ୍ର ସଘନ ସଂଶୋଧନ) କାର୍ଯ୍ୟକ୍ରମ ଚାଲିଥିବା ବେଳେ ବଲାଙ୍ଗିରରେ ମଧ୍ୟ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଚାଲିଛି । ଏହି ଅଭିଯାନର ଗୁରୁତ୍ୱକୁ ଉପଲବ୍ଧି କରି ବଲାଙ୍ଗିର ଜିଲ୍ଲା ସିଭିଲ୍ ସୋସାଇଟିର ଏକ ପ୍ରତିନିଧି ଦଳ ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ ପେଟଲଙ୍କୁ ସାକ୍ଷାତ କରିଥିଲେ । ଏସ୍‌ଆଇଆର୍‌ର ଅଗ୍ରଗତି ଓ ପରିଚାଳନା ସମ୍ବନ୍ଧରେ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଥିଲେ । ସଭ୍ୟମାନଙ୍କ କିଛି ପ୍ରଶ୍ନର ଉତ୍ତର ଦେଇ ଜନଗଣନା କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବିି.ଏଲ୍‌.ଓ ମାନଙ୍କୁ ସମସ୍ତେ ସହଯୋଗ କରିବାକୁ ଉପଜିଲ୍ଲାପାଳ ନିବଦନ କରିଛନ୍ତି । ଏସ୍‌ଆଇଆର୍‌ ଜନଗଣନାର ଖୁବ୍ କମ୍ ସଂଖ୍ୟକ ବାଦ୍ ପଡିଥିବା ଭୋଟରମାନଙ୍କୁ ପର୍ଯ୍ୟାୟକ୍ରମେ ସମସ୍ତ ଯୋଗ୍ୟ ଭୋଟର ତାଲିକାଭୁକ୍ତ ହୋଇପାରିବେ ବୋଲି ଶ୍ରୀ ପେଟଲ ପ୍ରତିଶୃତି ଦେଇଥିଲେ । କୌଣସି କାରଣ ବଶତଃ ଚିଠା ଭୋଟର ତାଲିକାରେ ନାମ ଯୋଗ ହୋଇନଥିଲେ ଆସନ୍ତା ଅଗଷ୍ଟ ୪ ତାରିଖ ସୁଦ୍ଧା ଆପତ୍ତି ଦାଖଲ ଜରିପାରିବେ ବୋଲି ଉପଜିଲ୍ଲାପାଳ ଶ୍ରୀ ପଟେଲ କହିଛନ୍ତି । ବଲାଙ୍ଗିର ଜିଲ୍ଲା ସିଭିଲ୍ ସୋସାଇଟିର ଆବାହକ ଇଂ. ବେଲାରସିଂ ଭୋଇ, ସଂଯୋଜକ ମନୋରଞ୍ଜନ ସାହୁଙ୍କ ସେମତ ରଘୁ ନନ୍ଦନ ସିଂହ, ପୀତବାସ ପଣ୍ଡା, ଆନନ୍ଦ ମିଶ୍ର, ପବିତ୍ର ଦାସ, ଶଙ୍କର ପାଣିଗ୍ରାହୀ ପ୍ରମୁଖ ଆଲାଚନାରେ ଅଂଶଗ୍ରହଣ କରିଥିଲ ।

yuvodaya
Leave A Reply

Your email address will not be published.