pakka

ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଭୁସ୍କିମାଲ ଗ୍ରାମବାସୀ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭୁସ୍କିମାଲ ଗାଁରେ ଦୀର୍ଘ ୪ ମାସ ହେଲାଣି ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡିଯାଇଛି । ଏହାକୁ ନେଇ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନ ଥିବା ବେଳେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭୁସ୍କିମାଲ ଗାଁର ଲୋକେ ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟ ଘେରାଓ କରି ବିଭାଗୀୟ ଅଧିକାରୀଙ୍କୁ ଦୀର୍ଘ ଘଣ୍ଟା ଧରି ଘେରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୂଚନା ମତେ, ଭୁସ୍କିମାଲ ଗାଁରେ ଦୀର୍ଘ ୪ ମାସ ହେଲାଣି ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡିଯାଇଥିଲା । ଯାହାକୁ ନେଇ ଗାଁ ଲୋକେ ତାଙ୍କର ବାକି ଥିବା ଲକ୍ଷେରୁ ଅଧିକ ଟଙ୍କାର ବିଲ୍‌ ମଧ୍ୟରୁ ୭୦ହଜାର ଟଙ୍କାର ବିଲ୍‌କୁ ବିଭାଗୀୟ ଅଧିକାରୀଙ୍କ ପାଖରେ ପଇଠ କରିଥିଲେ । ହେଲେ ବିଭାଗୀୟ ଅଧିକାରୀ ଏତିକି ଟଙ୍କାରେ ଏହି ପାରିବ ନାହିଁ ବୋଲି ଟଙ୍କାକୁ ଫେରାଇ ଦେଇଥିଲେ । ଶେଷରେ ଗ୍ରାମବାସୀମାନେ ନିରାଶ ହୋଇ ନିଜ ଘରୁ ଫେରିଥିଲେ । ପରେ ସ୍ଥାନୀୟ ନେତା ମାନେ ମଧ୍ୟ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ବିଭାଗୀୟ ଅଧିକାରୀ ମାନିନଥିଲେ । ଯାହା ଫଳରେ ଲୋକେ ଅନ୍ଧାର ଦିନରେ କାଟୁଥିଲେ ଶେଷରେ ଆଜି ବାଧ୍ୟ ହୋଇ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭାଗୀୟ ଏସ୍‌ଡ଼ିଓଙ୍କୁ ଦୀର୍ଘ ସମୟ ଧରି ଘେରି ଥିଲେ । ପରେ ବିଭାଗୀୟ ଏସ୍‌ଡ଼ିଓ ପ୍ରତିଶ୍ରୁତି ଦେବା ସହ ତୁରନ୍ତ ଉକ୍ତ ଗାଁରେ ବିଦ୍ୟୁତ ଟ୍ରାନ୍ସଫର୍ମର ଲାଗିବ ବୋଲି କହିବା ପରେ ଲୋକେ ଓହରି ଯାଇଥିଲେ । ଏଥିରେ ଗାଁର ଶତାଧିକ ଲୋକ ସାମିଲ ହୋଇଥିଲେ ।

jay balangir
Leave A Reply

Your email address will not be published.

three × one =