pakka

ଦୁର୍ଘଟଣା ଘଟି ଅଳ୍ପକେ ରକ୍ଷା ପାଇଲେ ଦୁଇ ବାଇକ ଆରୋହୀ

bbehera

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବୋଡେନ ଛକ ନିକଟରେ ଦୁର୍ଘଟଣା ଘଟି ଦୁଇ ବାଇକ ଆରୋହୀ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ସୂଚନା ଅନୁସାରେ ଖଡ଼ିଆଳର ରୋମାଞ୍ଚଳ ସାହୁ (୫୦) ଓ ମଣ୍ଡୋସିଳ ଗ୍ରାମର କାହ୍ନୁ ସାହୁ (୩୦) ଏକ ବାଇକରେ ଖଡ଼ିଆଳ ପଟକୁ ଆସୁଥିବା ବେଳେ ବୋଡେନ ପଟକୁ ଯାଉଥିବା ମେଗା ପ୍ରୋଜେକ୍ଟର ଏକ କ୍ରେନ ଉଭୟଙ୍କୁ ଧକ୍କା ଦେଇଥିଲା । ଏହା ଫଳରେ ଦୁହେଁ ପଡ଼ି ଯାଇଥିଲେ । କ୍ରେନ ସେମାନଙ୍କୁ ଚାପି ଦେଇଥିଲା । ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଦୁଇ ଜଣ କ୍ରେନ ତଳେ ଚାପି ହୋଇ ରହିଥିଲେ । ସ୍ଥାନୀୟ ଜନସାଧାରଣ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ପରେ ଆଉ ଏକ କ୍ରେନ ଆସି ଦୁଇ ଜଣଙ୍କୁ ଉଦ୍ଧାର କରିଥିଲା । ରୋମାଞ୍ଚଳ ସାଧାରଣ ଭାବେ ଆହତ ହୋଇଥିବା ବେଳେ କ୍ରିଷ୍ଣା ସାହୁଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଛି । ଉଭୟଙ୍କୁ ମିସନ ହସ୍ପିଟାଲକୁ ନିଆ ଯାଇଥିବା ବେଳେ ଦରକାର ପଡ଼ିଲେ ରାୟପୁର ନିଆଯିବ ବୋଲି ମେଗା ପ୍ରୋଜେକ୍ଟ ତରଫରୁ ସୂଚନା ଦିଆଯାଇଛି ।

jay balangir
Leave A Reply

Your email address will not be published.

10 + 18 =