csstore

ମନମୁଣ୍ଡା ବିଦ୍ୟୁତ କାର୍ଯ୍ୟାଳୟକୁ ବିଜେପି ପକ୍ଷରୁ ଘେରାଓ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ବିଜେପି ପକ୍ଷରୁ ଆଜି ମନମୁଣ୍ଡା ବିଦ୍ୟୁତ ବିଭାଗର ଉପଖଣ୍ଡ କାର୍ଯ୍ୟାଳୟ ଘେରାଓ କରାଯାଇଛି । ବିଦ୍ୟୁତ ବିଭ୍ରାଟ ସାଙ୍ଗକୁ ବିଦ୍ୟୁତ ଶୁଳ୍କ ବୃଦ୍ଧି, ଅଘୋଷିତ ବିଦ୍ୟୁତ କାଟ, ଲୋ-ଭଲଟେଜ ସମସ୍ୟାକୁ ବିରୋଧ କରି ମନମୁଣ୍ଡା ବିଦ୍ୟୁତ କାର୍ଯ୍ୟାଳୟକୁ ବିଜେପି ଦ୍ୱାରା ଘେରାଓ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି, ରାଜ୍ୟ ଯୁବମୋର୍ଚା ସଭାପତି ଓଁମ ପ୍ରକାଶ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନେଇ ଚରଣ ଡାଙ୍ଗ, ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ବାଘ, ଯୁବ ସଭାପତି ଅଟଳ ପ୍ରଧାନ, ପ୍ରେମାନନ୍ଦ ମିଶ୍ର, ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି ନାରାୟଣ କର୍ମୀ, ପ୍ରମୁଖ ବିଜେପି ନେତା ଓ କର୍ମୀ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.